BREAKING
Loading...
:

ଜିଲ୍ଲାପାଳ ଙ୍କ ଫଣ୍ଡ କାଟିବା ନେଇ ବିରୋଧ କଲେ ବିଧାୟକ, ଜନ ପ୍ରତିନିଧି ଙ୍କୁ ଉପେକ୍ଷା ଅଭିଯୋଗ ।

 ଜିଲ୍ଲାପାଳ ଙ୍କ ଫଣ୍ଡ କାଟିବା ନେଇ ବିରୋଧ କଲେ ବିଧାୟକ, ଜନ ପ୍ରତିନିଧି ଙ୍କୁ ଉପେକ୍ଷା ଅଭିଯୋଗ ।



ବଲାଙ୍ଗୀର( ମଣିଭଦ୍ରା ଖବର):ସରକାର ଙ୍କ କେବିକେ ଅଞ୍ଚଳ ଗୁଡିକ ନିମନ୍ତେ ଆସୁଥିବା ଫଣ୍ଡ କୁ ସଠିକ ବିନିଯୋଗ ନ କରି ନିଜ ମନୋମୁଖୀ ଭାବେ ବ୍ୟବହାର କରିବା ଓ ସାଧାରଣ ଙ୍କୁ ଉକ୍ତ କାର୍ଯ୍ୟକ୍ରମ ଗୁଡିକ ରୁ ବଞ୍ଚିତ ରଖାଯାଉ ଥିବା ଭଳି ଗୁରୁତର ଅଭିଯୋଗ କରିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ଏପରିକି ଜନ ପ୍ରତିନିଧି ଙ୍କୁ ସମ୍ପୂର୍ଣ୍ଣ ଅବହେଳା କରାଯାଉ ଥିବା ନିଜ କ୍ଷମତା ର ଦୁର୍ବ୍ୟବହାର କରି ଶାସକ ଦଳ ନେତାଙ୍କ ସୁହାଇଲା ଭଳି ନିଜ କ୍ଷମତା ର ଅପବ୍ୟବହାର କରାଯାଉଛି ବୋଲି ପ୍ରକାଶ କରିଛନ୍ତି ଶ୍ରୀ ସାଲୁଜା । ପ୍ରତି ତିନି ମାସରେ ଥରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହେବା ନିୟମ ରହିଥିବା ସତ୍ବେ ସାତ ମାସ ପରେ ବୈଠକ ଅନୁଷ୍ଠିତ କରାଯାଉଅଛି ବୋଲି ପ୍ରକାଶ କରିଛନ୍ତି। ବିଜୁ କେବିକେ ସେୟାର ଗୁଡ଼ିକୁ ନିଜ ମନ ମୁତାବକ ଆବଣ୍ଟନ ଓ ଅନିୟମିତତା ହୋଇ ଆସୁଥିବା କହିଛନ୍ତି। ଏପରି କି, ସରକାରୀ ଗାଇଡ ଲାଇନ ଗୁଡ଼ିକୁ ଠିକ୍ ଭାବରେ ପାଳନ ନ କରୁଥିବା ଅଭିଯୋଗ ଉଠାଇଛନ୍ତି। ବଲାଙ୍ଗୀର ରେ ଆୟୋଜିତ ଏହି ବୈଠକ ରେ ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ସହ ଶ୍ରୀ ସାଲୁଜା ବେଶ ଯୁକ୍ତି, ତର୍କ କରିବା ସହ ଅଧା ରୁ ଉଠି ଚାଲିଯାଇ ଥିଲେ। 







ଏହି ବୈଠକ ରେ ଟିଟଲାଗଡ ବିଧାୟିକା ତଥା ମନ୍ତ୍ରି ଟୁକୁନି ସାହୁ ମଧ୍ୟ ଉପସ୍ଥିତ ରହି ଥିଲେ । ଏ ନେଇ ଜିଲ୍ଲାପାଳ କୌଣସି ପ୍ରକାର ପ୍ରତିକ୍ରିୟା ଦେଇ ନାହାନ୍ତି।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

Previous Post Next Post
Header ADS