କିଶୋର ପ୍ରସାଦ ପଞ୍ଚାୟତରେ 'ବିକାଶର ଧାରା, ଓଡ଼ିଶା ସାରା' କାର୍ଯ୍ୟକ୍ରମ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକର କିଶୋର ପ୍ରସାଦ ପଞ୍ଚାୟତ ପରିସରରେ 'ବିକାଶର ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ । ପଞ୍ଚାୟତରେ ଆୟୋଜିତ ସଭାରେ ସରପଞ୍ଚ ଗୀତାଞ୍ଜଳୀ ବେହେରା,ମିଶନ ଶକ୍ତି ସଂଯୋଜକ ଅମ୍ବିକା ପ୍ରସାଦ ମିଶ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସରକାରଙ୍କ ଦୁଇବର୍ଷ ପୂର୍ତି ଅବସରରେ ହୋଇଥିବା ବିକାଶ ସମ୍ପର୍କରେ ଅତିଥି ମାନେ ସୂଚନା ପ୍ରଦାନ କରିଥିଲେ । ଉପସ୍ଥିତ ହିତାଧିକାରୀଙ୍କୁ ନୂତନ ରାସନ୍ କାର୍ଡ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କିଶୋର ପ୍ରସାଦ ପଞ୍ଚାୟତର ଅଙ୍ଗନବାଡ଼ି,ଆଶା,ପ୍ରାଣୀମିତ୍ର,କୃଷିମିତ୍ର,ସିଆରପିଙ୍କ ସହିତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ।
ମଣିଭଦ୍ରା ଖବର, ଗଣିଆ


Post a Comment