ଅନ୍ଧବିଶ୍ୱାସ ଓ ପୂଜା ପାଠ ରୁ ଆରମ୍ଭ ଅନୈତିକ ପ୍ରେମ ସମ୍ପର୍କ, ମାଉସୀ ଓ ପୁତୁରା ମିଶି ହତ୍ୟା କରି ପୋଡ଼ି ଦେଲେ ।
ବଲାଙ୍ଗୀର/ସଇଁତଳା(ମଣିଭଦ୍ରା ଖବର):ପ୍ରେମ କେତେବେଳେ କାହାକୁ ହୁଏ ତାହା କହି ହୁଏ ନାହିଁ । ପ୍ରେମରେ ନଥାଏ ବୟସ ସୀମା ନଥାଏ ଜାତି ଭେଦ । ଧୀରେ ଧୀରେ ପ୍ରେମ ବଢ଼ିବାରେ ଲାଗିଥାଏ ତେଣୁ କେତେବେଳେ ସେହି ପ୍ରେମ କଣ୍ଟା ପାଲଟି ଯାଏ, ତାହା ମଧ୍ୟ କାହାକୁ ଜଣା ନଥାଏ । ଯୁଗ ବଦଳିବା ସାଙ୍ଗକୁ ବଦଳି ଯାଇଛି ସମ୍ପର୍କ । ତେବେ ବୋହୂର ପ୍ରେମରେ କଣ୍ଟା ସାଜିଲା ଶାଶୁ । ଶେଷରେ ମାଉସୀ ଓ ପୁତୁରା ମିଳିମିଶି ହତ୍ୟା କରି ଜଙ୍ଗଲରେ ଜାଳି ଦେଇଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଗତ ମଙ୍ଗଳବାର ଦିନ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ । ହତ୍ୟା ଘଟଣାକୁ ନେଇ ଆଜି ବଲାଙ୍ଗିର ଏସ୍ପିଙ୍କ ନିର୍ଦେଶ କ୍ରମେ ପୀଡିତାଙ୍କୁ ହତ୍ୟା କରି ଜାଳି ଦେଇଥିବା ଅଭିଯୁକ୍ତମାନଙ୍କୁ ଜଙ୍ଗଲକୁ ନେଇ ସିନ୍ ରିକ୍ରିଏସନ୍ କରିଛି ସଇଁନ୍ତଲା ପୁଲିସ । କିଭଳି ଭାବେ ମାଉସୀ ଓ ପୁତୁରା ମିଳିମିଶି ହତ୍ୟା କଲେ ତାହା ବଖାଣିଥିଲା ଜଣେ ଅଭିଯୁକ୍ତ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଟିଟିଲାଗଡ଼ ଏସ୍ଡିପିଓ ଅଙ୍କିତା କୁମ୍ଭାର ।
ସୂଚନା ମତେ ଠୁରୁନିକାନୀ ଗାଁର ହରି ରଣାଙ୍କ ପତ୍ନୀ ନିରୁପମା ରଣା(୩୦)ଙ୍କ ବାହାଘରର ଦୀର୍ଘ ବର୍ଷ ପରେ ମଧ୍ୟ ସନ୍ତାନ ,ସନ୍ତତି ହୋଇନଥିଲେ । ଏହା ଫଳରେ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଥିଲା । ଘରେ ସନ୍ତାନ ଟିଏ ନଥିବା ଯୋଗୁଁ ଚିନ୍ତାରେ ପରିବାର ଲୋକେ ଭାଙ୍ଗି ପଡିଥିଲେ । ସନ୍ତାନ ପାଇବା ଆଶାରେ ତୁଷୁରା ଥାନା ତରସୁଗୁଡା ଗାଁର ତାରିଣୀ ଦେବୀଙ୍କ ପୂଜକ ଜଗନ୍ନାଥ ରଣାଙ୍କ ପାଖକୁ ଯାଇ କିଛି ବର୍ଷ ତଳେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ହେଲେ କୌଣସି ପ୍ରକାରର ସୁଫଳ ମିଳିନଥିଲା କିନ୍ତୁ ପୂଜକର ପୁଅଙ୍କ ସହିତ ନିରୁପମାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଧୀରେ ଧୀରେ ପ୍ରେମ ବଢ଼ିବାରେ ଲାଗିଥିଲା । ଏପରିକି ଦୁହିିଁଙ୍କ ଶାରୀରିକ ସଂପର୍କ ମଧ୍ୟ ରହିଥିଲା ବୋଲି କୁହାଯାଇଛି । ଏ କଥା ଜାଣିବା ପରେ ବୋହୂଙ୍କ ପାଇଁ ଶାଶୁ କଣ୍ଟା ସାଜିଥିବା ବେଳେ ଜଙ୍ଗଲ ଭିତରେ ହତ୍ୟା କରି ଜାଳି ଦେଲେ ମାଉସୀ ଓ ପୁତୁରା । ଅଭିଯୁକ୍ତମାନେ ହେଲେ ତୁଷୁରା ଥାନା ତରସୁଗୁଡା ଗାଁର ଜଗନ୍ନାଥ ରଣାଙ୍କ ପୁଅ ଡୁଲେଶ୍ଵର ରଣା ଓରଫ୍ ରୁନୁ (୨୦) ଏବଂ ଠୁରୁନିକାନୀ ଗାଁର ନିରୁପମା ରଣା (୩୦)ଙ୍କ ସହ ମିଳିମିଶି ରତନୀଙ୍କୁ ହତ୍ୟା କରିଥିବା ସ୍ୱୀକାର ମଧ୍ୟ କରିଛନ୍ତି ।
ପ୍ରକାଶ ଥାଉକି ଯେ, ସଇଁତଲା ବ୍ଲକ ଘୁନସର ପଂଚାୟତ ଦେଢ଼େଲ ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଗତ ମଙ୍ଗଳବାର ଦିନ ଉଦ୍ଧାର କରିଥିଲା ପୋଲିସ । ଜଙ୍ଗଲ ଭିତରେ ମହିଳାଙ୍କୁ ଜାଳି ଦେଇ ହତ୍ୟା କରାଯାଇଥିଲା । ଠୁରୁନିକାନୀ ଗାଁର ମହିଳାଙ୍କ ନାମ ରତନୀ ରଣା(୫୫) ବୋଲି ଜଣାପଡିଥିଲା । ଖବର ପାଇବା ପରେ ଘଟଣା ସମ୍ପର୍କରେ ଟିଟିଲାଗଡ଼ ଏସ୍ଡିପିଓ ଅଙ୍କିତା କୁମ୍ଭାର, ସଇଁତଲା ଥାନା ଅଧିକାରୀ ଅବନି ସାହୁ, ଏଏସ୍ଆଇ ଥବୀର ମହାରଣାଙ୍କ ସମେତ ପୁଲିସ ପ୍ରଶାସନ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲେ । ସକାଳୁ ରତନୀ ତାଙ୍କର କପା ବିଲକୁ ଯାଇଥିଲେ । ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବା ରୁ ପରିବାର ଲୋକେ ଖୋଜା, ଖୋଜି କରି କୌଣସି ଖବର ପାଇ ନ ଥିଲେ। ଗୋଟିଏ ଦିନ ପରେ ସକାଳୁ ସ୍ଥାନୀୟ ଜଙ୍ଗଲରୁ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହକୁ ଦେଖି କିଛି କାଠୁରିଆ ପୁଲିସକୁ ଖବର ଦେଇଥିଲେ । ପରେ ପୁଲିସ ଆସି ତଦନ୍ତ ଆରମ୍ଭ କରିଥିଲା ।
إرسال تعليق