ଦୁର୍ଘଟଣାରେ ବ୍ୟାଙ୍କ କର୍ମଚାରୀ ମୃତ
ଖଣ୍ଡପଡ଼ (ମଣିଭଦ୍ରା ଖବର) ଖଣ୍ଡପଡ଼ା ବ୍ଲକ ଅଧୀନ କୁଞ୍ଜବିହାରୀ ପୁର ଗ୍ରାମର ସୁଶାନ୍ତ କର (25) ଏକ ବାଇକ ଯୋଗେ ଭଉଣୀଙ୍କୁ ଧରି ଭୁବନେଶ୍ୱର ଅଭିମୁଖେ ଅପରାହ୍ନରେ ଯାଉଥିବା ବେଳେ ଭାପୁର - କଳାପଥର ବାଇପାସ ରାସ୍ତାରେ ଏକ ମର୍ମନ୍ତୁଦ ବାଇକ ବାଇକ ଦୁର୍ଘଟଣାରେ ସୁଶାନ୍ତଙ୍କ ଅକାଳ ମୃତ୍ୟୁ ହୋଇଥିବା ବେଳେ ଭଉଣୀ ସ୍ୱପ୍ନାରାଣୀ ଗୁରୁତର ଆହତ ହୋଇ ଆଶୁ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟକେନ୍ଦରେ ଭର୍ତି ହୋଇଥିବା ଜଣାପଡିଛି l ଘଟଣାକ୍ରମେ ବିପରୀତ ଦିଗରୁ ଭାପୁର ଅଭିମୁଖେ ଦ୍ରୁତଗତିରେ ଏକ ବାଇକ ଯୋଗେ ଯାତ୍ରା କରୁଥିବା ଦୁଇ ଜଣ ଯୁବତୀ ବାଇକ ଯୋଗେ ଯାଉଥିବା ସୁଶାନ୍ତଙ୍କୁ ଧକ୍କା ଦେବାରୁ ଉଭୟ ରାସ୍ତା କଡ଼କୁ ଛିଟିକି ପଡି ଗୁରୁତର ଆହତ ହୋଇଥଲେ l ଦୁର୍ଘଟଣାରେ ମୃତ ସୁଶାନ୍ତ ଖୋର୍ଦ୍ଧା ସ୍ଥିତ ବନ୍ଧନ ବ୍ୟାଙ୍କ ଶାଖାରେ କ୍ଷେତ୍ର ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ l ଏହି ଦୁଃଖଦ ଘଟଣାକୁ ନେଇ କୁଞ୍ଜବିହାରୀ ପୁର ଗ୍ରାମରେ ଶୋକର ଛାୟା ଖେଳି ଯାଇଛି l ମୃତ ସୁଶାନ୍ତ କୁଞ୍ଜବିହାରୀ ପୁର ଗ୍ରାମର ଗୋପୀନାଥ କରଙ୍କ ପୁତ୍ର ବୋଲି ଜଣା ଯାଇଛି l
ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,
ମଣିଭଦ୍ରା ଖବର l
إرسال تعليق