BREAKING
Loading...
:

ବଘୀଆପଡା ଫାଣ୍ଡି ଅଧିକାରୀ ଓ ଦୁଇ କନେଷ୍ଟବଳ ନିଲମ୍ବିତ କଲେ ଜିଲ୍ଲା ଆରକ୍ଷୀ ଅଧିକାରୀ

 ବଘୀଆପଡା ଫାଣ୍ଡି ଅଧିକାରୀ ଓ ଦୁଇ କନେଷ୍ଟବଳ ନିଲମ୍ବିତ କଲେ ଜିଲ୍ଲା ଆରକ୍ଷୀ ଅଧିକାରୀ 



ବୌଦ୍ଧ ଜିଲ୍ଲା (ମଣିଭଦ୍ରା ଖବର) ବଘୀଆପଡା ଫାଣ୍ଡି ଅଧିକାରୀ ଦୁଇଜଣ ଗଂଜେଇ ଚୁରା ଚାଲାଣଙ୍କୁ ଧରି ପରେ ଛାଡ଼ିଦେବା ପୁଲିସ କର୍ମଚାରୀ ଙ୍କ ପାଇଁ ମାହାଙ୍ଗା ପଡିଛି l ବୌଦ୍ଧ ଏସପି ଜଣେ ଫାଣ୍ଡି ଅଧିକାରୀ ଓ ଦୁଇ ଜଣ କନେଷ୍ଟବଳ ଙ୍କୁ ନିଲମ୍ବିତ କରିଛନ୍ତି l ସୂଚନା ମତେ ଚଳିତ ମାସ 16 ତାରିଖରେ ବଡଗୋଛାପଡା ଗ୍ରାମର ଚନ୍ଦନ ପ୍ରଧାନ ଓ ସର୍ଜିତ ମଲ୍ଲିକ ଏକ ବାଇକରେ ଗଂଜେଇ ଚରାଚାଲାଣ କରୁଥିଲେ l ଏହି ସମୟରେ ବଘୀଆପଡା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ ଓ ଦୁଇ କନେଷ୍ଟବଳ ସଂଜୀବ ପ୍ରଧାନ ଓ କେଶବ ପ୍ରଧାନ ସେମାନଙ୍କୁ ଦେଡା ବାଡ଼ି ଛକନିକଟରେ କାବୁ କରିଥିଲେ l ପରେ ସେମାନଙ୍କୁ ଛାଡ଼ିଦେଇ ଦୁଇଟି ବେଗ ରେ ଥିବା ଗଞ୍ଜେଇ କୁ ନେଇ ସରକାରୀ କ୍ଵାଟର ରେ ରଖିଥିଲେ l ଘଟଣାଟି ଏସପି ପ୍ରହଲ୍ଲାଦ ସାଇ ମିନା ଙ୍କ ପାଖରେ ପହଞ୍ଚିଥିଲା l ଏସପି ଶ୍ରୀ ମିନା ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାୟକ ଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ l ପୁଲିସ କର୍ମଚାରୀ ଙ୍କ ସରକାରୀ କ୍ଵାଟର ରେ ଦୁଇଟି ବେଗରେ 13 କେଜି ଗଞ୍ଜେଇ ଓ ଗୋଟିଏ ମଟରସାଇକଲ ଦେଖିଥିଲେ l ରିପୋର୍ଟ ପାଇବାପରେ ଏସପି ସେମାନଙ୍କୁ ନିଲମ୍ବିତ କରିବା ଶହ ତଦନ୍ତ ଜାରି ରଖିବାକୁ ନିର୍ଦେଶ ଦେଇଛନ୍ତି l


ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ l

Post a Comment

أحدث أقدم
Header ADS