ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ,କୁମ୍ଭାରପଡା ଚାମ୍ପିଅନ
ଗଣିଆ ୨୪/୦୧ (ମଣିଭଦ୍ରା ଖବର) ଗଣିଆ ବ୍ଲକର ଧୁଆଁମଡା ଖେଳପଡିଆରେ ଚାଲିଥିବା ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ପରସ୍ପରକୁ ଭେଟିଥିଲେ କୁମ୍ଭାରପଡା ବନାମ ଢୋଲମରା । ଢୋଲମରା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୩୧ ରନ୍ ସଂଗ୍ରହ କରିଥିଲେ । ଜବାବରେ କୁମ୍ଭାରପଡା ୧୮ ଓଭରରେ ୫ ଉଇକେଟ ହରାଇ ୧୩୩ ରନ୍ ସଂଗ୍ରହ କରି ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି । ଆଜିର ମ୍ୟାଚରେ ପୂର୍ବତନ ଗ୍ରାମ ସଭାପତି ମାୟାଧର ସାହୁ, ପୂର୍ବତନ ସମିତି ସଭ୍ୟ ଚନ୍ଦ୍ରଶେଖର ସାହୁ, ଜିତେନ୍ଦ୍ର କୁମାର ମହାରଣା, ସୁରେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଆଜିର ମ୍ୟାଚ ପରିଚାଳନା କରିଥିଲେ ସନ୍ତୋଷ ମହାରଣା, ଗୁରୁଚରଣ ସାହୁ । ବିଜୟୀ କୁମ୍ଭାରପଡା ଦଳକୁ ଟ୍ରଫି ସହିତ ୫ ହଜାର ଟଙ୍କା, ରନର୍ସଅପ୍ ଢୋଲମରା ଦଳକୁ ଟ୍ରଫି ସହିତ ୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚରେ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର କୁମ୍ଭାରପଡାର ଅନିଲ କୁମାରଙ୍କୁ ପ୍ରଦାନ କରାଯାଇଥିବା ବେଳେ ମ୍ୟାନ ଅଫ୍ ଦି ସିରିଜ ଭାବେ ଧୂଆଁମଡାର ସୁଜିତ କୁମାର ମହାରଣାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।
ମଣିଭଦ୍ରା ଖବର ଗଣିଆ ନୟାଗଡ
إرسال تعليق