BREAKING
Loading...
:

ବାଉଁଶନି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ସମସ୍ତ ଡାକ୍ତର ଓ କର୍ମଚାରି ଙ୍କ ଦରମା ବନ୍ଦ ନିର୍ଦେଶ ଦେଲେ ଜିଲ୍ଲାପାଳ

 ବାଉଁଶନି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ସମସ୍ତ ଡାକ୍ତର ଓ କର୍ମଚାରି ଙ୍କ ଦରମା ବନ୍ଦ ନିର୍ଦେଶ ଦେଲେ ଜିଲ୍ଲାପାଳ l



ବୌଦ୍ଧ (ମଣିଭଦ୍ରା ଖବର) ବୌଦ୍ଧ ଜିଲ୍ଲା ବାଉଁଶନି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଡାକ୍ତର ଓ କର୍ମଚାରୀ ଚିକିତ୍ସା ଅବହେଳା ଯୋଗୁ ବାଉଁଶନି ଚିକିତ୍ସାଳୟ ର ସମସ୍ତ କର୍ମଚାରୀ ଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ସୂଚନା ଅନୁସାରେ ବାଉଁଶନି ଡାକ୍ତରଖାନା ର 

ସ୍ୱାସ୍ଥ୍ୟ ସେବା ରେ ଅନ୍ୟମିତତା ହେଉଥିବା ନେଇ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ହୋଇଥିଲା l

ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଅଭିଯୋଗ ତଦନ୍ତ ପାଇଁ ଜଣେ ଅଧିକାରୀ ଙ୍କୁ ପଠେଇ  ଥିଲେ l ସମ୍ପୃକ୍ତ ଅଧିକାରୀ ତଦନ୍ତ ପାଇଁ ବାଉଁଶୁଣି ଡାକ୍ତରଖାନା ପହଞ୍ଚିଥିଲେ l

ମାତ୍ର ସେଠାରେ ଜଣେ ବି ଡାକ୍ତର କି ଅନ୍ୟ କର୍ମଚାରୀ ଜଣେ ବି ଉପସ୍ଥିତ ନଥିଲେ l ଅଭିଯୋଗ ର ପ୍ରମାଣ ପାଇବା ପରେ ଜିଲ୍ଲାପାଳ ଶ୍ରୀ ସାହୁ ସମସ୍ତ କର୍ମଚାରୀ ଙ୍କ ଦରମା ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି l


ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ

Post a Comment

أحدث أقدم
Header ADS