BREAKING
Loading...
:

ଭଣ୍ଡରଙ୍ଗୀ ଓ ଲଙ୍କାଗଡ଼ ପଞ୍ଚାୟତରେ ସିଆରପିଏଫ ତରଫରୁ ସୋଲାର ଲ୍ୟାମ୍ପ ୱାଟର ଫିଲଟର ବଣ୍ଟନ

 ଭଣ୍ଡରଙ୍ଗୀ ଓ ଲଙ୍କାଗଡ଼ ପଞ୍ଚାୟତରେ ସିଆରପିଏଫ ତରଫରୁ ସୋଲାର ଲ୍ୟାମ୍ପ  ୱାଟର ଫିଲଟର ବଣ୍ଟନ 




ବାଲିଗୁଡା,(ମଣିଭଦ୍ରା ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଭଣ୍ଡରଙ୍ଗୀ ଓ ଲଙ୍କାଗଡ ପଞ୍ଚାୟତଠାରେ କେନ୍ଦ୍ରୀୟ ସୁରକ୍ଷା ବଳ ଡି/୧୨୭ ବାଟାଲିୟନ ତଥା ଏଫ/୧୨୭ ବଟାଲିୟନ ତରଫରୁ ଏକ ଜନ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା ତତ୍ତ୍ୱାବଧାନରେ ଏହି ଜନ ସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଡି/୧୨୭ ବାଟାଲିୟନ ଭଣ୍ଡରଙ୍ଗୀ ତଥା ଏଫ/୧୨୭ ବାଟାଲିୟନ ଲଙ୍କାଗଡ଼ ରେ ଆଣ୍ଟି ନକ୍ସଲ ଡିଉଟି ପାଇଁ ଥାନା ମାନଙ୍କ ଅଧୀନରେ ନିୟୋଜିତ ହୋଇଛି l ଉକ୍ତ ଦୁଇ ପଞ୍ଚାୟତର ଅଭାବୀ ଏବଂ ଗରିବ ପରିବାରର ଙ୍କୁ ସିଆରପିଏଫ ୧୨୭ ବାଟାଲିୟନର ଦ୍ୱିତୀୟ କମାଣ୍ଡ ଅଧିକାରୀ ମଉଲି ମୋହନ କୁମାର ଉପସ୍ଥିତ ରହି ସୋଲାର ଲ୍ୟାମ୍ପ ଏବଂ ୱାଟର ଫିଲଟର ବଣ୍ଟନ କରିଥିଲେ l ପରେ ପରେ ଭାରତର ସ୍ୱାଧୀନତା ଆନ୍ଦୋଳନ ସହ ଜଡିତ କ୍ଷୁଦ୍ର ଚଳଚ୍ଚିତ୍ର ଜନସାଧାରଙ୍କୁ ପ୍ରଦର୍ଶିତ କରାଯାଇଥିଲା l ଏଥିରେ ୧୨୭ ବାଟାଲିୟନର ସିନିୟର ମେଡିକାଲ ଅଫିସର ଡ଼ଃ.ରାହୁଲ ମାଲପୋତ୍ରା, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓ.ସି.-ଡି/୧୨୭ ବାଟାଲିୟନର ବିଜୟ ପ୍ରକାଶ ଚୋବେ, ଭଣ୍ଡରଙ୍ଗୀ ପଞ୍ଚାୟତ ସରପଞ୍ଚ ଅନନ୍ତ ପାତ୍ର, ଭଣ୍ଡରଙ୍ଗୀ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଗୋପାଳ ଦେଶୀନାୟକ,ଓ.ସି-ଏଫ/୧୨୭ ଇନ୍ସପେକ୍ଟର ବିଶନ ରାମ, ଲଙ୍କାଗଡ ପଞ୍ଚାୟତ ର ସରପଞ୍ଚ ସସ୍ମିତା ପାତ୍ର,ଲଙ୍କାଗଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ସୌରଭ ମଳିକ, ଲଙ୍କାଗଡ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ମଧୁସୂଦନ ପାତ୍ର ତଥା ଦୁଇ ପଞ୍ଚାୟତର ବହୁ ବିଶିଷ୍ଟ ବ୍ୟକ୍ତି ମାନେ ମଧ୍ୟ ଉପସ୍ଥିତ ଥିଲେ l ଏହି ଯୋଜନା ଅଧୀନରେ ସମୁଦାୟ ୪୪ ଟି ପରିବାର ଉପକୃତ ହୋଇଥିଲେ l ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ୧୨୭ ବାଟାଲିୟନର ଦ୍ୱିତୀୟ କମାଣ୍ଡ ଅଧିକାରୀ ମଉଲି ମୋହନ କୁମାର ସୂଚନା ଦେଇଛନ୍ତି l

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ, ତୁମୁଡିବନ୍ଧ,ଜି. କନ୍ଧମାଳ

Post a Comment

Previous Post Next Post
Header ADS