BREAKING
Loading...
:

ତହସିଲର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅକାଳ ବିୟୋଗ

 ତହସିଲର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅକାଳ ବିୟୋଗ



ଗଣିଆ ୨୩/୦୧(ମଣିଭଦ୍ରା ଖବର) ଗଣିଆ ତହସିଲରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗୋଲେଖ ବିହାରୀ ସାହୁଙ୍କ ଅକାଳ ମୃତ୍ୟୁ ଘଟିଛି । ରକ୍ତଚାପ ବୃଦ୍ଧି ଯୋଗୁଁ ତାଙ୍କୁ ଭୂବନେଶ୍ବରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ନିଆଯାଇଥିଲା । ତେବେ ସୋମବାର ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ସେ ଜଣେ ଅତ୍ୟନ୍ତ ଶାନ୍ତ, ସରଳ ପ୍ରକୃତିର ବ୍ୟକ୍ତି ଥିଲେ ‌। ତାଙ୍କର ନିଜ ଘର ଗଣିଆ ବ୍ଲକ ଆଡକଟା ପଞ୍ଚାୟତ ଧୂଆମଡା ଗ୍ରମରେ । ଏଭଳି ଅକାଳ ମୃତ୍ୟୁରେ ପରିବାର ସ୍ତବ୍ଧ ପାଲଟି ଯାଇଥିବା ବେଳେ ତହସିଲ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଶୋକ ପ୍ରକାଶ କରିଛନ୍ତି । 

ରିପୋର୍ଟ ମଣିଭଦ୍ରା ଖବର ଗଣିଆ 

Post a Comment

Previous Post Next Post
Header ADS