ବିଶିଷ୍ଠ ଆଦିବାସୀ ନେତାଙ୍କ ପରଲୋକ ।
ଦଶପଲ୍ଲା ( ମଣିଭଦ୍ରା ଖବର) ନୟାଗଡ ଜିଲ୍ଲାର ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଅଂଚଳର ବିଶିଷ୍ଠ ଆଦିବାସୀ ନେତା ତଥା ସି ପି ଆଇ (ଏମ) ନଛିପୁର ବ୍ରାଞ୍ଚ କମିଟି ସଭ୍ୟ, ଗମ୍ଭାରୀ ଖୋଲ ନିବାସୀ ,ପୁରସ୍ତମ ମାଲିକଙ୍କର ଅଦ୍ୟ ତା ୧୯.୧.୨୩ ରିଖ ପୂର୍ବାହ୍ନ ରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଦେହାନ୍ତ ହୋଇ ଯାଇଛି।ସେ ଜଣେ ଅତ୍ୟନ୍ତ ସ୍ନେହୀ ପରୋପକାରୀ ବ୍ୟକ୍ତି ଥିଲେ । ଆଦିବାସୀ ମାନଙ୍କର ଜମି,ଜଳ, ଜଙ୍ଗଲ ଅଧିକାର ସଂଗ୍ରାମରେ ସେ ଜଣେ ଆଗଧାଡିର ସଂଗ୍ରାମୀ ଥିଲେ। ତାଙ୍କ ମୃତ୍ୟୁରେ ଆଦିବାସୀ ଅଧିକାର ସଂଗ୍ରାମ ମଂଚ ରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ତାଙ୍କ ମୃତ୍ୟୁ ଖବର ପାଇ, ସି ପି ଆଇ(ଏମ)ର ନୟାଗଡ଼ ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା,ଆଦିବାସୀ ନେତା ନୀଳକଣ୍ଠ ଯାନି,ଲକ୍ଷ୍ମଣ ଯାନି ,କ୍ଷେତମଜଦୂର୍ ନେତା ଶ୍ୟାମସୁନ୍ଦର ମୁଦୁଲି ପ୍ରମୁଖ ପହଞ୍ଚି ତାଙ୍କ ମରଶରୀର ଉପରେ ଲାଲ୍ ପତାକା ଆବରଣ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ତାଙ୍କ ମୃତ୍ୟୁରେ ଦଶପଲ୍ଲାର ଆଦିବାସୀ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋ୍ଟ ମଣିଭଦ୍ରା ଖବର,
Post a Comment