BREAKING
Loading...
:

ବାଲିଗୁଡ଼ାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ

 ବାଲିଗୁଡ଼ାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ 





ବାଲିଗୁଡ଼ା:(ମଣିଭଦ୍ରା ଖବର): ସାରା ରାଜ୍ୟରେ ୧୧ ଜାନୁଆରୀ ରୁ ୧୭ ଜାନୁଆରୀ ଯାଏଁ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେଉଥିବା ବେଳେ ପରିବହନ ବିଭାଗ ପକ୍ଷରୁ ସୋମବାର ବାଲିଗୁଡ଼ାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି । ଏହି ଅବସରରେ ପ୍ରାୟ ୩୦୦ ଛାତ୍ରଛାତ୍ରୀଙ୍କୁ ନେଇ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ନିକଟରୁ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାପରେ ବସ୍ ଷ୍ଟାଣ୍ଡ ଠାରେ ଏକ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜୁନିୟର ଏମଭିଆଇ ଟି. ସୌରଭ ଓ ଆରଟିଓ ଶିଶିର ସାହୁ ଯୋଗଦେଇ ସଡ଼କ ସୁରକ୍ଷା ବିଷୟରେ ଡ୍ରାଇଭର ମାନଙ୍କୁ ସଚେତନ କରାଇଥିଲେ । ଏଥିସହିତ ଘରୋଇ ବସ୍ ମାଲିକ ସଂଘ କାର୍ଯ୍ୟାଳୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଘରୋଇ ବସ୍ ମାଲିକ ସଂଘର ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଡ୍ରାଇଭର ମାନଙ୍କୁ ଅଧିକ ସଚେତନ କରାଇବା ଓ ଜିଲ୍ଲାରେ ଦୁର୍ଘଟଣା ରୋକିବା ପରିବହନ ବିଭାଗର ପ୍ରୟାସ ବୋଲି କ ଆରଟିଓ ଶିଶିର ସାହୁ ପ୍ରକାଶ କରିଛନ୍ତି ।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ, ବାଲିଗୁଡା, ଜି. କନ୍ଧମାଳ

Post a Comment

أحدث أقدم
Header ADS