BREAKING
Loading...
:

ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅନୁଷ୍ଠିତ ଜାତୀୟ ସେବା ଯୋଜନା ଶିବିର ଉଦଯାପିତ

 ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅନୁଷ୍ଠିତ ଜାତୀୟ ସେବା ଯୋଜନା ଶିବିର ଉଦଯାପିତ




ନୂଆଗାଁ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଶିବିର ଉଦଯାପିତ ହୋଇଯାଇଛି।କାର୍ଯ୍ୟକ୍ରମ ର ପ୍ରୋଗ୍ରାମ ଅଫିସର ତଥା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଶିକ୍ଷା ଅଧ୍ୟାପକ ଜୟକୃଷ୍ଣ ସାହୁ ଙ୍କ ତତ୍ୱବଧାନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ  ଅତିଥି ଭାବେ ନୂଆଗାଁ ବ୍ଲକ୍ ବିଡ଼ିଓ ପ୍ରମୋଦ କୁମାର ନାୟକ,ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ, ଡ ହୃଷୀକେଶ ପଟ୍ଟନାୟକ,ସାମ୍ବାଦିକ ହୃଦୟା ନନ୍ଦ ସାସମଲ,ଇଂରାଜୀ ଅଧ୍ୟାପକ ମହେଶ୍ୱର ପ୍ରଧାନ,ଓଡ଼ିଆ ଅଧ୍ୟାପକ ବିଜୟ କୁମାର ସାହୁ ,କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ଖଣ୍ଡୁଆଳ ପ୍ରମୁଖ ଉପସ୍ଥିତ ରହି ଜାତୀୟ ସେବା ଯୋଜନା ର ମହତ୍ତ୍ଵ,ପରିବେଶ ପରିଷ୍କାର ,ପରିଚ୍ଛନ୍ନତା  ଉପରେ ବର୍ଣ୍ଣନା କରିଥିଲେ। ଗତ ଡିସେମ୍ବର ୨୩ ତାରିଖ ଦିନ ଅନୁଷ୍ଠିତ ହୋଇଥିବା ଏହି ଶିବିରକୁ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।ଏହି ଶିବିରରେ ୫୦ ଜଣ ଛାତ୍ର ଅଂଶଗ୍ରହଣ କରି ସ୍ବଚ୍ଛତା ଏବଂ ପରିସ୍କାର,  ପରିଚ୍ଛନ୍ନତା ଉପରେ ଲୋକମାନଙ୍କୁ ସଚେତନ କରିବା ସହ ଗ୍ରାମ ,ବିଦ୍ୟାଳୟ ,ଜଳାଶୟ ପରିବେଶ ପରିଷ୍କାର କରିଥିଲେ।ଏଭଳି କାର୍ଯ୍ୟକ୍ରମ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।



ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS