ଟ୍ରାଫିକ ଓ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ରାତାରାତି ବିଧାୟିକା ମରାମତି କଲେ ସଡକ । ଦଳୀୟ କନ୍ଦଳ ଯୋଗୁଁ ଜନ ଅସନ୍ତୋଷ।
ବଲାଙ୍ଗୀର/ଟିଟଲାଗଡ,ତା୨୬-୧୨:
ଟିଟିଲାଗଡ ସହର ରେ ପରିବହନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ଶ୍ରୀମତୀ ଟୁକୁନି ସାହୁ ନିଜେ ଦାୟିତ୍ୱ ରେ ରହି ଥିବା ବେଳେ ଏପରିକି ଅଞ୍ଚଳ ରେ ବିପର୍ଯ୍ୟସ୍ତ ଅବସ୍ଥା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଏପରିକି ପରିବହନ ମନ୍ତ୍ରୀ ଦାୟୀତ୍ବ ରେ ଥିବା ସତ୍ତ୍ବେ ଏକ ସ୍ଥାୟୀ ବସଷ୍ଟାଣ୍ଡ ଅବା ସିଧା ସଳଖ ବସ ବ୍ୟବସ୍ଥା ନାହିଁ। ଏପରିକି ଦୀର୍ଘ ଦିନ ଧରି ସହର ର ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ଯୋଗୁଁ ଅକଥନୀୟ ଦୁର୍ଦ୍ଦଶା ର ଶିକାର ସାଧାରଣ ହୋଇ ଆସିବା ସାର ହେଉଛି। ସହର ର ରାସ୍ତା, ଘାଟ ଅବସ୍ଥା ନ କହିବା ଭଲ ।
ପ୍ରକାଶ ଯେ,ଇତି ମଧ୍ୟରେ ଟିଟଲାଗଡ ବି ଆର ସି ବିଲଡିଂ ପରିସର ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହେବା ଓ ସେ ମୁଖ୍ୟ ଅତିଥି ରୂପେ ଯୋଗଦେବା ଜାଣି ତୁରନ୍ତ ସହର ର ଦୁଇ ମୁଖ୍ୟ ସଡକ ରେ ରାତା,ରାତି କେବଳ ସାମାନ୍ୟ ପିଚୁ ଢାଳି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ସ୍ଥାନୀୟ ଉପଜିଲ୍ଲାପାଳ ପଦବୀ ଖାଲି ପଡ଼ିଥିବା ଓ ପୌରପରିଷଦ ର ସମସ୍ତ କାଉନସିଲର ଓ ନଗରପାଳ ଙ୍କ ବିଜେପି, ବିଜେଡ଼ି ରାଜ ନୈତିକ କନ୍ଦଳ ଯୋଗୁଁ କୌଣସି ଉନ୍ନତି ମୂଳକ କାର୍ଯ୍ୟ ନ ହେବା ଓ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ସାଧାରଣ ଟ୍ରାଫିକ ବ୍ୟବସ୍ଥା ଓ ରାସ୍ତା, ଘାଟ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିବା ନେଇ ପ୍ରବଳ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ବିଶେଷ କରି ସହର ର ହାଟପଦା ସ୍ଥିତ ରେଳ ଫାଟକ ବନ୍ଦ କରି ଦିଆଯାଇ ଥିବା ଯୋଗୁଁ ଗମନା,ଗମନ ପାଇଁ ଅକଥନୀୟ ଦୁର୍ଦ୍ଦଶା ଭୋଗ କରିବା ସାର ହେଉଛି। ଏପରିକି ଉକ୍ତ ହାଟପଦା ସାପ୍ତାହିକ ଓ ଦୈନିକ ବଜାର କୁ ଦୁର, ଦୂରାନ୍ତ ରୁ ଆସୁଥିବା ବ୍ୟବସାୟୀ ଓ ସାଧାରଣ ନ ଆସିବା ଯୋଗୁଁ ପୌର ପରିଷଦର ରାଜସ୍ବ ହାନି ସହ ଦୋକାନୀ ଙ୍କ ଚଲିବା ଦୁର୍ବିସହ ହୋଇ ପଡ଼ିଛି। ଇତି ମଧ୍ୟର ଉକ୍ତ ଟ୍ରାଫିକ ଅବ୍ୟବସ୍ଥା ଯୋଗୁଁ ସ୍ଥାନୀୟ ହାଟପଦା ଦେଇ ଟିଟଲାଗଡ ଡାକ୍ତର ଖାନା ଯାଉଥିବା ଜଣେ ପ୍ରସୂତୀ ମହିଳା ଏକ ଅଟୋ ରେ ଶିଶୁ ଜନ୍ମ କରି ଗୁରୁତର ହୋଇ ପଡ଼ିଥିଲେ। ସେହିପରି ବର୍ତ୍ତମାନ୍ ଉକ୍ତ ବଜାର ପାଇଁ ଗମନା,ଗମନ ବ୍ୟବସ୍ଥା ସହ ଦ୍ରୁତଗାମୀ ବସ ବ୍ୟବସ୍ଥା କରିବା ନିମନ୍ତେ ଜିଲ୍ଲା ଜନସେବା ସି ବି ଓ ସଭାପତି ଲମ୍ବୁଧର ଛତ୍ରିଆ ବିଭିନ୍ନ ଉଚ୍ଚ ପଦାଧିକାରୀ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ଆଗାମୀ ଦିନରେ ଆବଶ୍ୟକ ହେଲେ ଆନ୍ଦୋଳନ କରିବା ପ୍ରକାଶ କରିଛନ୍ତି ।
Post a Comment