ରାଜ୍ୟ ସ୍ତରୀୟ ବେଲପଡା କପ୍ କ୍ରିକେଟ, ଫାଇନାଲରେ ସୁକିନ୍ଦା
ଗଣିଆ ୨୬/୧୨(ମଣିଭଦ୍ରା ଖବର) ଗଣିଆ ବ୍ଲକର ବେଲପଡାପାଟଣା ଖେଳ ପଡ଼ିଆରେ ମହାବୀର କ୍ଳବ ଆୟୋଜିତ ଦୟାନିଧି ଓ ବାସନ୍ତୀ ମଞ୍ଜରୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ପରସ୍ପରକୁ ଭେଟିଥିଲେ ବାଙ୍କି ବନାମ ସୁକିନ୍ଦା । ସୁକିନ୍ଦା ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ଓ୍ବିକେଟ ହରାଇ ବିଶାଳ ୨୫୯ ରନ୍ ସଂଗ୍ରହ କରିଥିଲେ । ଦଳର ଅଧିନାୟକ ରୋହନ ରାଉତ ମାତ୍ର ୫୫ ବଲରୁ ଧୁଆଧାର ୧୦୯ ରନ୍ ସଂଗ୍ରହ କରିଥିଲେ । ଜବାବରେ ବାଙ୍କି ଦଳ ୧୯.୦୩ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୦୪ ରନ୍ କରି ପରାଜୟ ବରଣ କରିଥିଲେ ।
ଫଳରେ ପ୍ରଥମ ଦଳ ଭାବେ ସୁକିନ୍ଦା ଫାଇନାଲରେ ପ୍ରବେଶ କରିଛି। ସୁକିନ୍ଦା ଦଳର ଅଧିନାୟକ ଏଇ ଖେଳପଡିଆରେ ତାଙ୍କର ପ୍ରଥମ ଶତକ ହାସଲ କରିଥିବାରୁ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚ ପରିଚାଳନା କରିଥିଲେ ସମୀର କୁମାର ମହାପାତ୍ର ଏବଂ ପୂର୍ଣ୍ଣଚନ୍ଦ୍ର ସାହୁ । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସୁକାନ୍ତ କୁମାର ସାହୁ ଯୋଗ ଦେଇଥିଲେ । ଆସନ୍ତାକାଲିର ଖେଳ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଚୈଦ୍ବାର ବନାମ ଢେଙ୍କାନାଳ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ଜଣାପଡିଛି ।
ମଣିଭଦ୍ରା ଖବର ଗଣିଆ
Post a Comment