BREAKING
Loading...
:

ଦୁର୍ଘଟଣା ରେ ଜଣେ ବ୍ୟକ୍ତି ଙ୍କ ଶୋଚନୀୟ ମୃତ୍ୟୁ, କାରଣ ଅସ୍ପଷ୍ଟ, ପୋଲିସ ତଦନ୍ତ ଆରମ୍ଭ।

 ଦୁର୍ଘଟଣା ରେ ଜଣେ ବ୍ୟକ୍ତି ଙ୍କ ଶୋଚନୀୟ ମୃତ୍ୟୁ, କାରଣ ଅସ୍ପଷ୍ଟ, ପୋଲିସ ତଦନ୍ତ ଆରମ୍ଭ।




ବଲାଙ୍ଗୀର/ ଟିଟଲାଗଡ( ମଣିଭଦ୍ରା ଖବର) ବୁଧବାର ସନ୍ଧ୍ୟା ପ୍ରାୟ ୭ଟା୩୦ ସମୟ ରେ ଟିକ୍ରାପଡ଼ା ଗ୍ରାମର ଯୁଧିଷ୍ଠିର ନାଗ (ବ -୩୩) ଏକ ବାଇକ୍ ରେ ଟିଟିଲାଗଡ଼ ରୁ ନିଜ ଗ୍ରାମ ଟିକ୍ରାପଡ଼ା କୁ ଫେରୁଥିବା ବେଳେ ବେଳେ ଟିଟିଲାଗଡ ରୁ ପ୍ରାୟ ଦୁଇ କି,ମି ଦୁର ସତିଘାଟ ଗ୍ରାମ ନିକଟରେ  ଦୁର୍ଘଟଣା ଗ୍ରସ୍ତ ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।

ସେ ମୃତ ଅବସ୍ତାରେ ରାସ୍ତା ରେ ପଡ଼ିଥିବା ବେଳେ ତାଙ୍କୁ ଟିଟଲାଗଡ ପୋଲିସ ଖବର ପାଇ ଟିଟଲାଗଡ ଡାକ୍ତର ଖାନା ଆଣିଥିଲେ । ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ, ତାଙ୍କ ସମ୍ପର୍କୀୟ ପରିବାର ଲୋକେ ଆସି ପହଞ୍ଚି ଥିଲେ। ଟିଟିଲାଗଡ ପୋଲିସ ଏସ, ଆଇ ଦେବାଶିଷ ହୋତା ସବିଶେଷ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।   ଘଟଣା ସ୍ଥଳ ରୁ ତାଙ୍କ ର ଏକ ମୋବାଇଲ୍ ଓ ବାଇକ୍ ପୋଲିସ ଜବତ କରିଛି । ସେ ଭାରସାମ୍ୟ ହରାଇ ଗାଡିରୁ ପଡି ଗଲେ ଅବା କୌଣସି ଗାଡି ଧକ୍କା ଦେଲା ତାହା ସ୍ପଷ୍ଟ ଭାବରେ କିଛି ଜଣାପଡି ନାହିଁ । ସେହିପରି ତାଙ୍କୁ ଉକ୍ତ ଗ୍ରାମ ର କିଛି ଯୁବକ ଙ୍କ ସହ ବଚସା ସୃଷ୍ଟି ହୋଇ ଥିଲା ଓ ସେ ନିଜ ବାଇକ ଚଳାଇ ଚାଲିଯାଇ ଥିଲେ ବୋଲି ପ୍ରକାଶ ପାଇଛି ।  ବର୍ତ୍ତମାନ   ଶବ ବ୍ୟବଚ୍ଛେଦ କରାଯିବା ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ମୃତ ଯୁଧିଷ୍ଠିର ଙ୍କ ତିନୋଟି ଛୋଟ ସନ୍ତାନ ଥିବା ଜଣାଯାଇଛି।

ଘଟଣା ର ସବିଶେଷ ତଦନ୍ତ ପାଇଁ ପରିବାର ଲୋକେ ପ୍ରକାଶ କରିଛନ୍ତି।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

أحدث أقدم
Header ADS