ମୀନ କେତନ ସ୍ମାରକୀ କ୍ରିକେଟ ଫାଇନାଲ ମ୍ୟାଚ୍ ରେ ଯୋଗଦେଲେ ଦଶପଲ୍ଲା ବିଧାୟକ
ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୋରଡ଼ା ପଞ୍ଚାୟତ ଜଗନ୍ନାଥ ପ୍ରସାଦ ଗ୍ରାମ ରେ ମୀନ କେତନ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।ଏହି ଫାଇନାଲ ମ୍ୟାଚ୍ ରେ ବଜରଙ୍ଗି କିଙ୍ଗସ୍ ପ୍ରଥମେ ବ୍ୟାଟିଂ କରି ୧୪୦ ରନ୍ ସଂଗ୍ରହ କରିଥିଲା।ଜବାବରେ କ୍ଷେତ୍ରପାଳ କିଙ୍ଗସ୍ ୧୪୦ ରନ୍ କରିଥିଲା।ଯାହାଫଳରେ ସୁପର ଓଭର ଖେଳ ହୋଇଥିଲା ।ସୁପର ଓଭର ରେ କ୍ଷେତ୍ରପାଳ କିଙ୍ଗସ୍ ୭ ରନ୍ ସଂଗ୍ରହ କରିଥିବା ବେଳେ ବଜରଙ୍ଗି କିଙ୍ଗସ୍ ମ୍ୟାଚ୍ ଟିକୁ ଜିତି ନେଇଥିଲା।ଫାଇନାଲ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବିଜୟୀ ଓ ପରାଜିତ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ସରପଞ୍ଚ ଫକିର ମୋହନ ସାହୁ,ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ , ସମାଜ ସେବୀ ଗୋଲଖ ବିହାରୀ ଗୋଚ୍ଛାୟତ, ମୀନ କେତନ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।ମ୍ୟାଚ୍ ଟିକୁ ସୁରେନ୍ଦ୍ର ପ୍ରଧାନ,ଗଣେଶ ନାୟକ ପରିଚାଳନା କରିଥିବା ବେଳେ ଟୁର୍ନାମେଣ୍ଟ ସଫଳତା ସହ ପରିସମାପ୍ତି ରେ ସହଯୋଗ କରିଥିଲେ ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ରାଜେଶ ପ୍ରଧାନ,ମାନସ ପ୍ରଧାନ, ଟିପୁନ ଘଡେ଼ଇ,ରାଜେଶ ପ୍ରଧାନ,କାହ୍ନା ଏବଂ ଲିପୁ।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
إرسال تعليق