BREAKING
Loading...
:

ଧର୍ମ ପ୍ରଚାରକଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

 ଧର୍ମ ପ୍ରଚାରକଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ



ଗଣିଆ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାମଚରିତ ମାନସର ସ୍ରଷ୍ଟା ତଥା ଧର୍ମ ପ୍ରଚାରକ ଦିନବନ୍ଧୁ ଦାଶଙ୍କ ବିୟୋଗରେ ଗଣିଆ ଜଗନ୍ନାଥ ମନ୍ଦିର ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟିର ସଭାପତି ଅକ୍ଷୟ କୁମାର ସାହୁଙ୍କ ନେତୃତ୍ବରେ ସମ୍ପାଦକ ସୁନିଲ କୁମାର ସାହୁ,ବ୍ରଜ କିଶୋର ସାହୁ, ସରୋଜ କୁମାର ସାହୁ,ଉଦ୍ୟନାଥ ସାହୁ, ପୂର୍ଣ୍ଣିଚନ୍ଦ୍ର ବେହେରା, ଆନନ୍ଦ ଚନ୍ଦ୍ର ବେହେରା, ପ୍ରଭାତ କୁମାର ଦାଶଙ୍କ ସମେତ ପ୍ରାୟ ୫୦ରୁ ଅଧିକ ଜନସାଧାରଣ ଉପସ୍ଥିତ ଥିଲେ । ସ୍ବର୍ଗତ ଦାଶଙ୍କର ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହିତ ତାଙ୍କର କାର୍ଯ୍ୟ କଳାପ ସମ୍ପର୍କରେ ଆଲୋକପାତ କରିଥିଲେ । ଗଣିଆ ଜଗନ୍ନାଥ ମନ୍ଦିର ରଥଯାତ୍ରାରେ ଦୀର୍ଘ ୪ ବର୍ଷ ଧରି ଜଗନ୍ନାଥଙ୍କ ସେବକ ଭାବରେ ଛେରାପହଁରା କରିଥିଲେ । ତାଙ୍କ ବିୟୋଗରେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଦୁଃଖର ବାତାବରଣ ଖେଳିଯାଇଛି । ଜଗନ୍ନାଥ ମନ୍ଦିରର ପରିଚାଳନା କମିଟି ତରଫରୁ ତାଙ୍କ ବାସଭବନରେ ଭେଟି ମର ଶରୀରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।  ଜଣେ ଧର୍ମ ପ୍ରଚାରକ ଭାବରେ ଶ୍ରୀ ଦାଶ ବେଶ୍ ଲୋକପ୍ରିୟ ହୋଇପାରିଥିଲେ । 


ରିପୋର୍ଟ ମଣିଭଦ୍ରା ଖବର ଗଣିଆ 

Post a Comment

أحدث أقدم
Header ADS