ଆସନ୍ତା ଫେବୃୟାରୀ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପଞ୍ଚୁପାଣ୍ଡବ ମହୋତ୍ସବ
ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଥିବା ରାଜୀବ ଗାନ୍ଧି ସଦଭାବନା ଗୃହ ରେ ପଞ୍ଚୁପାଣ୍ଡବ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଦଶପଲ୍ଲା ବିଧାୟକ ତଥା ପଞ୍ଚୁପାଣ୍ଡବ ମହୋତ୍ସବ କମିଟି ର ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଏସ୍ ଡି ପି ଓ ତପସ୍ଵିନୀ କହଁର,ତହସିଲଦାର ହେମନ୍ତ କୁମାର ନାୟକ,ନୂଆଗାଁ ଥାନା ଅଧିକାରୀଣି ପୁଷ୍ପଲତା ବେହେରା ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ,ସମିତି ସଭ୍ୟ,ସଭ୍ୟା ଏବଂ ପଞ୍ଚୁପାଣ୍ଡବ ମହୋତ୍ସବ କମିଟି ର ସଦସ୍ୟ ଉପସ୍ଥିତ ଥିଲେ।ଚଳିତ ବର୍ଷ ପଞ୍ଚୁପାଣ୍ଡବ ମହୋତ୍ସବ ପଡ଼ିଆରେ ଆସନ୍ତା ଫେବୃଆରୀ ୨ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ୪ ଦିନଧରି ଏହି ମହୋତ୍ସବ କିପରି ଶାନ୍ତି ଶୃଙ୍ଖଳା ସହ ସମ୍ପାଦିତ ହେଵ ସେ ଉପରେ ପ୍ରସ୍ତୁତି ବୈଠକ ରେ ଆଲୋଚନା ହୋଇଥିଲା।ପଞ୍ଚୁପାଣ୍ଡବ ମହୋତ୍ସବ ସୁଚାରୁରୂପେ ସମ୍ପାଦିତ ହେବା ପାଇଁ ବିଭିନ୍ନ ବିଭାଗର କମିଟି ଗଠନ କରାଯାଇଥିଲା।ମହୋତ୍ସବ ରେ ଉନ୍ମୋଚନ ହେବାକୁ ଥିବା ପାଞ୍ଚାଳୀ ସ୍ମରଣିକା ପାଇଁ ଆସନ୍ତା ଜାନୁଆରୀ ୧୦ ତାରିଖ ମଧ୍ୟରେ ବିଭିନ୍ନ ଲେଖା ପଠାଇବା ପାଇଁ ସ୍ଥିରୀକୃତ ହେଇଥିଲା।ପଞ୍ଚୁପାଣ୍ଡବ ମହୋତ୍ସବ କମିଟି ର କୋଷାଧ୍ୟକ୍ଷ ପୂର୍ବ ମହୋତ୍ସବ ର ଖର୍ଚ୍ଚ ବିବରଣୀ ପଠନ କରିଥିବା ବେଳେ ସମ୍ପାଦକ ଦିଲ୍ଲୀପ କୁମାର ଦଳ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।ଚଳିତ ବର୍ଷ ପଞ୍ଚୁପାଣ୍ଡବ ମହୋତ୍ସବ ଏକ ନୂଆ ରୂପ ନୂଆ ରଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଦର୍ଶକ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିବ ବୋଲି କୋଣ ଅନୁକୋଣ ରେ ଆଲୋଚନା ହେଉଛି।
Post a Comment