BREAKING
Loading...
:

ରାଜ୍ୟ ସ୍ତରୀୟ ବେଲପଡା କପ୍ କ୍ରିକେଟ, ଢେଙ୍କାନାଳ ସେମି ଫାଇନାଲରେ

 ରାଜ୍ୟ ସ୍ତରୀୟ ବେଲପଡା କପ୍ କ୍ରିକେଟ, ଢେଙ୍କାନାଳ ସେଥିରେ






ଗଣିଆ ୨୩/୧୨(ନିପ୍ର) ଗଣିଆ ବ୍ଲକର ବେଲପଡାପାଟଣା ଖେଳ ପଡ଼ିଆରେ ମହାବୀର କ୍ଳବ ଆୟୋଜିତ ଦୟାନିଧି ଓ ବାସନ୍ତୀ ମଞ୍ଜରୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଆଜିର ପ୍ରଥମ ମ୍ୟାଚରେ କଟକ ଏବଂ ଢେ଼ଙ୍କାନାଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କଟକ ଦଳ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୯୮ ରନ୍ ସଂଗ୍ରହ କରିଥିଲେ । ଜବାବରେ ଢେଙ୍କାନାଳ ଦଳ ୧୯.୦୩ ଓଭରରେ ୯ ଓ୍ବିକେଟ ହରାଇ ଆବଶ୍ୟକୀୟ ୧୯୯ ରନ୍ କରି ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି । ରାକେଶ ସାହୁ ଧୁଆଧାର ବ୍ୟାଟିଂ କରି ୯୧ ରନ୍ ସଂଗ୍ରହ କରି ଥିବାରୁ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚ ପରିଚାଳନା କରିଥିଲେ ଶରତ କର ଏବଂ ପବିତ୍ର ସାହୁ । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସୁକାନ୍ତ କୁମାର ଗଣ୍ଠିଆ ଯୋଗ ଦେଇଥିଲେ ।  ଆସନ୍ତାକାଲିର ଖେଳ ସୁକିନ୍ଦା ବନାମ ଆୟୋଜକ ବେଲପଡାପାଟଣା ମଧ୍ୟରେ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ଜଣାପଡିଛି । 

ମଣିଭଦ୍ରା ଖବର,ଗଣିଆ

Post a Comment

Previous Post Next Post
Header ADS