BREAKING
Loading...
:

ନୂଆଗାଁ ଉଚ୍ଚ ବିଦ୍ୟାଳୟ ରେ ଆୟୁଷ ବିଦ୍ୟାଳୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

 ନୂଆଗାଁ ଉଚ୍ଚ ବିଦ୍ୟାଳୟ ରେ ଆୟୁଷ ବିଦ୍ୟାଳୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ




ନୂଆଗାଁ( ମଣିଭଦ୍ରା ଖବର)  ଓଡ଼ିଶା ରାଜ୍ୟ ଆୟୁଷ ସୋସାଇଟି,ଜାତୀୟ ଆୟୁଷ ମିଶନ ଆୟୁଷ ନିର୍ଦ୍ଦେଶାଳୟ ,ଓଡ଼ିଶା ଆନୁକୂଲ୍ୟରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ରେ ଆୟୁଷ ବିଦ୍ୟାଳୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡେପୁଟି ଡ଼ାଇରେକ୍ଟର ରେନୁପ୍ରଭା ମହାପାତ୍ର ଯୋଗଦେଇ ଆୟୁର୍ବେଦିକ ଚିକିତ୍ସା ର ଉପ ଯୋଗୀତା , ହୋମିଓ ପ୍ୟାଥି ଚିକିତ୍ସାର ଉପଯୋଗୀତା ବର୍ଣ୍ଣନା କରିବା ସହ  ଦୈନିକ ଯୋଗାଭ୍ୟାସ ର ଉପ ଯୋଗୀତା ଦ୍ଵାରା  ସୁଖ ନିଦ୍ରା ,ପାଚନ କ୍ରିୟା ସକ୍ରିୟ,ଶରୀରରେ ଉତ୍ତମ ରକ୍ତ ସଞ୍ଚାଳନ,ଫୁସଫୁସ ର କାର୍ଯ୍ୟ ଦକ୍ଷତା ବୃଦ୍ଧି,ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମ ରେ ଡାକ୍ତର ଗୌରୀ ପ୍ରସାଦ ମିଶ୍ର,  ଡାକ୍ତର ସାରଦା ପ୍ରସାଦ ବିଶ୍ଵାଳ,ଡାକ୍ତର ମହେନ୍ଦ୍ର କୁମାର ସ୍ବାଇଁ, ନୂଆଗାଁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୁଳମଣି ନାୟକ,ବିଜ୍ଞାନ ଶିକ୍ଷକ ଶିଶିର କୁମାର ସାହୁ, ସଂପଡ଼ା ଚିନ୍ତାମଣି ବିଦ୍ୟାପୀଠ ର କ୍ରୀଡା ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।


 ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS