ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା କାଣ୍ଡ ର ମୁଖ୍ୟ ଅଭିଯକ୍ତ ଗୋବିନ୍ଦ ସାହୁ ଙ୍କ ବେକରେ ଗାମୁଛା ଦେଇ ଜେଲ ରେ ଆତ୍ମହତ୍ୟା ସୂଚନା ।
ବଲାଙ୍ଗୀର,କଣ୍ଟାବାଞ୍ଜି (ମଣିଭଦ୍ରା ଖବର): ସାରା ଓଡିଶା ରେ ଚହଳ ସୃଷ୍ଟି କରିଥିବା ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲ ର ଶୌଚାଳୟ ରେ ଏକ ଗାମୁଛା ଲଗେଇ ଆତ୍ମହତ୍ୟା କରି ଥିବା ସୂଚନା ମିଳିଛି। ମୃତ ଗୋବିନ୍ଦ ଙ୍କୁ ଗୁରୁତର ଅବସ୍ଥାରେ ଜେଲ କର୍ତୁପକ୍ଷ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତର ଖାନା ନେଇଥିଲେ। ପ୍ରକାଶ ଯେ,
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ତେବେ କିଭଳି ଜେଲ୍ରେ ଆତ୍ମହତ୍ୟା କରିଛନ୍ତି ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି।
ପ୍ରକାଶ ଯେ,କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଥିବା ମମିତା ମେହେର ଗତବର୍ଷ ଅକ୍ଟୋବର ୮ ତାରିଖରେ ନିଖୋଜ ଥିଲେ । ଏନେଇ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହା ପରେ ଗୋବିନ୍ଦ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଥିଲା। ପୋଲିସ ଗୋବିନ୍ଦ ଏବଂ ତାଙ୍କ ସହଯୋଗୀ ରାଧେଶ୍ୟାମ ଚଣ୍ଡୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିଦିନଠୁ ଗୋବିନ୍ଦ କଣ୍ଟାବାଞ୍ଜିରେ ଥିଲେ। ଅନ୍ୟପକ୍ଷେ, ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି କୋର୍ଟରେ ଶୁଣାଣି ତାରିଖ ଧାର୍ଯ୍ୟ ହୋଇଥିବାରୁ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବାର ଥିଲା । ହେଲେ କୋର୍ଟରେ ହାଜର ହେବା ପୂର୍ବରୁ ଗୋବିନ୍ଦଙ୍କ ଆତ୍ମହତ୍ୟା କରିବା ଜେଲ୍ର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବଲାଙ୍ଗୀର ସନ୍ତୋଷ କୁମାର ନାୟକ
إرسال تعليق