BREAKING
Loading...
:

ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

 ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ 





ଗଣିଆ ୧୮/୧୨(ନିପ୍ର) ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡ଼ିଗ୍ରୀ ମହାବିଦ୍ୟାଳୟ, ଗଣିଆ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି l ସ୍ଥାନୀୟ କିଶୋର ଚନ୍ଦ୍ର ନୋଡାଲ ହାଇସ୍କୁଲ ପରିସରେ ଅନୁଷ୍ଠିତ ଏହି ଉତ୍ସବକୁ ଗଣିଆ ତହସିଲଦାର କିଶୋର କୁମାର ପଣ୍ଡା ଉଦଘାଟନ କରିଥିଲେ l କଲେଜ ଖେଳ ଶିକ୍ଷକ ବିନୟ କୁମାର ପରିଡା ଙ୍କ ତତ୍ଵାବଧାନ ରେ 25 ଟି ଖେଳ ଅନୁଷ୍ଠିତ ହୋଇଥିଲା l ଅପରାହ୍ନ ରେ କଲେଜର ଅଧକ୍ଷ ଶ୍ରୀ ଲଷ୍ମୀକାନ୍ତ ପଣ୍ଡା ଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ପରିଚାଳନା କମିଟି ର ସଭାପତି ଶ୍ରୀ ବ୍ରଜ ମୋହନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ l ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଅଖିଳ କୁମାର ହୋତା, ଅଶୋକ କୁମାର ମିଶ୍ର, ଶ୍ରୀକାନ୍ତ କୁମାର ଷଡ଼ଙ୍ଗୀ ଓ ଶର୍ମିଲା ଦାଶ ଙ୍କ ସମେତ ଅନ୍ୟ ଅତିଥି ମାନେ ମଞ୍ଚାସିନ ଥିଲେ l ବିକାଶ ବେହେରା ବାଳକ ବିଭାଗ ଓ ରୋଜାଲିନ ବେହେରା ବାଳିକା ବିଭାଗ ଚମ୍ପିୟାନ ହୋଇଥିଲେ l ବିଭିନ୍ନ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । 



ରିପୋର୍ଟ ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS