BREAKING
Loading...
:

ଓସମସ୍କା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ , ପୋଡ଼ିଗଲା ୮ ବଖରା ଘର

 ଓସମସ୍କା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ , ପୋଡ଼ିଗଲା ୮  ବଖରା ଘର




ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗୁମୀ ପଞ୍ଚାୟତ ଓସମସ୍କା ଗ୍ରାମ ରେ ଭୟାବହ ଅଗ୍ନିକାଣ୍ଡ ଘଟି ୮ ବଖରା ଘର ଭସ୍ମୀଭୂତ ହୋଇଯାଇଛି।ସୂଚନା ଅନୁଯାୟୀ ଗତକାଲି ରାତ୍ର ୮ ଘଟିକା ସମୟରେ ସଟ ସର୍କିଟ ଘଟି ନିଆଁ ଲାଗିଯାଇଥିଲା।ନିଆଁ ର ଭୟାବହତା ଦେଖି ଲୋକମାନେ ନୂଆଗାଁ ଦମକଳ  ବାହିନୀ ଙ୍କୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ନୂଆଗାଁ ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିବା ପୂର୍ବରୁ ୮ ଜଣ ଲୋକଙ୍କ ଘର ପୋଡ଼ି ପାଉଁଶ ହୋଇଯାଇଥିଲା। ଓସମସ୍କା ଗ୍ରାମ ର ରମେଶ ମାଝି,ରାମ ପ୍ରଧାନ,ଗଣେଶ ମାଝି,ପ୍ରଫୁଲ୍ଲ ଜାନୀ,ରାମ ପ୍ରଧାନ ଶ୍ରୀମତୀ ଜାନୀ,ରମେଶ ପ୍ରଧାନ ଙ୍କ ଘର ପୋଡ଼ି ଭସ୍ମୀଭୂତ୍ ହୋଇଯାଇଛି ।ଘଟଣା ସ୍ଥଳରେ ସରପଞ୍ଚ ଙ୍କ ପ୍ରତିନିଧି ଅଭିମନ୍ୟୁ ମହାରଣା,ସମିତି ସଭ୍ୟ ସଞ୍ଜୀବ ଡାକୁଆ, କାପ୍ତା ପଲ୍ଲୀ ପୂର୍ବତନ ସରପଞ୍ଚ ହାଡିବନ୍ଧୁ ସାମନ୍ତ ରାୟ ପହଞ୍ଚି ଲୋକମାନଙ୍କୁ ଘଟଣା ସମ୍ପର୍କରେ ପଚାରି  ବୁଝିଥିଲେ।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS