BREAKING
Loading...
:

ଖଣ୍ଡପଡ଼ା ରେ ଶିଶୁ ଦିବସ ପାଳିତ

ଖଣ୍ଡପଡ଼ା ରେ  ଶିଶୁ ଦିବସ ପାଳିତ



ଖଣ୍ଡପଡ଼ା ( ମଣିଭଦ୍ରା ଖବର)ଖଣ୍ଡପଡାସ୍ଥ ସେଣ୍ଟ ଜାଭିଅର ହାଇସ୍କୁଲ ପରିସରରେ ସୋମବାର ପୂର୍ବାହ୍ନରେ ଶିଶୁ ଦିବସ ପାଳିତ ହୋଇଯାଇଛି l ଏଥିରେ ତାଲୁକ ଆଇନ ସେବା କମିଟି ( ଖଣ୍ଡପଡା ) ଯୋଗଦାନ ପୂର୍ବକ ପିଲାମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା କମିଟିର ଅଧକ୍ଷ ତଥା ସ୍ଥାନୀୟ ସବ ଜଜ ଶ୍ରୀ ବିଭୂତି ଭୂଷଣ ନାୟକ, ଜେ ଏମ ଏଫ ସି ମିସ ତସଲିମା ଦାଶ, ବରିଷ୍ଠ ଆଇନଜୀବି ଗିରିଜା ଶଙ୍କର ତରସିଆ, ବାର ଆସୋସିଏନର ସମ୍ପାଦକ ବିକ୍ରମ କେଶରୀ ଦେଓ, ବିଦ୍ୟାଳୟର ଅଧକ୍ଷା କୁସୁମାଞ୍ଜଳି ଦେଓ ଉଦବୋଧନ ଦେଇଥିଲେ l ପରିଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ର, ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l

ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,

ମଣିଭଦ୍ରା ଖବର l

Post a Comment

Previous Post Next Post
Header ADS