ଶିଶୁ ଦିବସ ପାଳିତ
ବାଲ୍ୟ ବିବାହ,ଶିଶୁ ଶ୍ରମିକ ଓ ଶିକ୍ଷା ଅଧିକାର ଉପରେ ସଚେତନ କଲେ ବିଚାର ପତି ।
ଦଶପଲ୍ଲା( ମଣିଭଦ୍ରା ଖବର)ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକ ଅନ୍ତର୍ଗତ ସ୍ଵାଧୀନ ଭାରତ ର ପ୍ରଥମ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଜବାହରଲାଲ ନେହେରୁ ଙ୍କ ଜନ୍ମ ଜୟନ୍ତୀ ଅବସରରେ ସମସ୍ତ ବିଦ୍ୟାଳୟ ରେ ଶିଶୁ ଦିବସ ପାଳିତ ହୋଇ ଯାଇଥିବା ବେଳେ ଦଶପଲ୍ଲା ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ ଟାଙ୍ଗିଆପଲ୍ଲି ଆଶ୍ରମ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ପାଳିତ ହୋଇ ଯାଇଛି । ଦଶପଲ୍ଲା ତାଲୁକ୍ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଜେଏମଏଫ୍ ସି ବିଚାରପତି ସୌମ୍ୟ ରଞ୍ଜନ ପୃଷ୍ଟି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆଇନୀଜୀବି କୃଷ୍ନ ଚନ୍ଦ୍ର ଦାସ,ପ୍ରମୋଦ କୁମାର ସାହୁ,ଆଲୋକ ସେନାପତି,ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲିଙ୍ଗରାଜ ବେହେରା,ଶିକ୍ଷକ ଧର୍ମାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇ ଶିଶୁ ଦିବସ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ସ୍ୱର୍ଗତ ଜବାହାର ଲାଲ ନେହେରୁ ଙ୍କ ସ୍ମୃତି ଚାରଣ କରିବା ସହ ବିଚାର ବିଭାଗୀୟ ବିଚାର ବ୍ୟବସ୍ଥାରେ ଶିଶୁ ମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ସମ୍ପର୍କରେ ଉପସ୍ଥିତ ବିଚାରପତି ଓ ଆଇନଜୀବୀ ବୃନ୍ଦ ସଚେତନ ସୃଷ୍ଟି କରିଥିଲେ । ବିଶେଷ ଭାବେ ବାଲ୍ୟବିବାହ , ଶିଶୁ ଶ୍ରମିକ , ଓ ଶିକ୍ଷା ଅଧିକାର ସମର୍କରେ ବିଚାର ପତି ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପୃଷ୍ଟି ମତବ୍ୟକ୍ତ କରିବା ସହ ଶିଶୁ ଅଧିକାର ସମ୍ପର୍କରେ ମାତବ୍ୟକ୍ତ କରିଥିଲେ । ଏ ଅବସରରେ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ସଭା ଶେଷରେ ଆଇନଜୀବୀ ଆଲୋକ ସେନାପତି ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ସମୟ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଓ ସ୍ଥାନୀୟ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।
ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋ୍ଟ ମଣି ଭଦ୍ରା ଖବର,
Post a Comment