BREAKING
Loading...
:

ପୁରସ୍କାର ଘୋଷଣା ଥିବା ଫେରାର ଦୁଇ ମାଓବାଦୀ ମୃତ।

 ପୁରସ୍କାର ଘୋଷଣା ଥିବା ଫେରାର ଦୁଇ ମାଓବାଦୀ ମୃତ। 



ପାଟଣାଗଡ଼(ମଣିଭଦ୍ରା ଖବର): ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଦନ ପାହାଡ଼ର କନ୍ଦରାଭଟା ନିକଟରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପାଞ୍ଚ ଜଣ ଛତିଶଗଡ଼ ରାଜ୍ୟର ମାଓ କ୍ୟାଡ଼ର ଥିବା ବଲାଙ୍ଗୀର ଜିଲ୍ଲା ପୋଲିସ୍ ସୂଚନା ପାଇ ସର୍ଚ୍ଚ ଅପରେସନ କରିଥିଲା। ତିନି ଜଣ ମାଓବାଦୀ ଫେରାର ହୋଇଯାଇଥିବା ବେଳେ ଦୁଇ ଜଣ ମହିଳା ମାଓବାଦୀ ପୋଲିଲ ଉପରକୁ ପ୍ରଥମେ ଗୁଳି ଚଳେଇ ଥିଲେ। ପୋଲିସ୍ ଗୁଳି ରେ ଦୁଇ ମହିଳା ମାଓ କ୍ୟାଡ଼ର ମୃତ୍ୟୁ ବରଣ କରିଥିଲେ। , ଉକ୍ତ ଦୁଇ ମୃତ ମାଓବାଦୀ ଙ୍କ ଉପରେ ୪ଲକ୍ଷ୍ୟ ୫୦ହଜାର ଟଙ୍କା ର ପୁରସ୍କାର ପ୍ରଦାନ ବ୍ୟବସ୍ଥା କରାଯାଇଥିଲା ବୋଲି ସୂଚନା ମିଳିଛି। ଅନ୍ୟ ତିନି ଜଣ ମାଓବାଦୀ ଫେରାର ହୋଇଯାଇଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଥିବା ଜିଲ୍ଲା ଆରକ୍ଷୀ ଅଧିକାରୀ ସୁଚନା ଦେଇଛନ୍ତି।

ସ୍ଥାନୀୟ ଅଞ୍ଚଳରେ ଏବେ ସର୍ଚ୍ଚ ଅପରେସନ ଜାରି ରହିଛି । ମିଳିଥିବା ରିପୋର୍ଟ ମୁତାବକ, ବୁଧବାର ବିଳମ୍ବିତ ରାତିରେ ଗନ୍ଧମାର୍ଦ୍ଦନ ପାହାଡ଼ର କନ୍ଦରାଭଟା ନିକଟସ୍ଥ ଜଙ୍ଗଲରେ ଏସଓଜି ଓ ଡିଭିଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା । ଆଜି ଭୋର ସମୟରେ ମାଓବାଦୀମାନେ ପ୍ରଥମେ ପୁଲିସ ଉପରକୁ ଗୁଳି ଚଲାଇଥିଲେ । ପୁଲିସ ଏହାର ଜବାବ ଦେବାକୁ ଯାଇ ମାଓ କ୍ୟାଡର ଙ୍କ ଉପରକୁ ଗୁଳି ଚଳାଇଥିଲା ।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 


ମୃତକଙ୍କ ନିକଟରୁ ୨ଟି ଇନସାସ ରାଇଫଲ ଜବତ ହୋଇଥିବା ଜଣାପଡ଼ିଛି ।

Post a Comment

أحدث أقدم
Header ADS