BREAKING
Loading...
:

ବିଦ୍ୟୁତ ଖୁଣ୍ଟରେ ଲାଗି ସୁଦର୍ଶନ ର ମୃତ୍ୟୁ

 ବିଦ୍ୟୁତ ଖୁଣ୍ଟରେ ଲାଗି ସୁଦର୍ଶନ ର ମୃତ୍ୟୁ




ବେଲଗୁଣ୍ଠା ( ମଣିଭଦ୍ରା ଖବର)ବେଲଗୁଣ୍ଠା ବ୍ଲକ ଗୋବରା ପଞ୍ଚାୟତ ଆନ୍ତର୍ଗତ ଗୋବରା  କଇଠସାହି ସୁଦର୍ଶନ ବିଶ୍ୱାଳ 58, ସବୁଦିନ ପରି ସକାଳ 5 ରୁ ଉଠି ଘର ପଛପଟ ଝାଡୁ କରିବାକୁ ଯାଇ ବିଦ୍ୟୁତ ଖୁଣ୍ଟରେ ଲାଗି ତଳେ ଢଳିପଡିଥିଲେ l କିଛିସମୟ ପରେ  ସ୍ଥାନୀୟ ଲୋକେ ସୁଦର୍ଶନ ଙ୍କୁ ଉଦ୍ଧାର କରି ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ,  ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ସୁଦର୍ଶନଙ୍କ ଏକମାତ୍ର ପୁଅ ମନୋଜ ଗ୍ରାମ ରେ ନଥିବାରୁ  ଝିଅ ଅମ୍ବିକା    ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ ପତ୍ର ଦେଇଥିଲେ l ଅଭିଯୋଗ ପରେ ଥାନା ରେ ଏକ ଅପମୃତ୍ୟୁ ମାମଲା 26/22 ରେ ୠଜୁହୋଇ ଗାଙ୍ଗପୁର ଥାନା ସେକେଣ୍ଡ ଅଫିସର ଶୁଭ୍ରଜିତ ସାମନ୍ତରାୟ ଘଟଣାସ୍ଥଳ ପରିଦର୍ଶନ କରି ଅନୁସନ୍ଧାନ କରିଥିଲେ l ପୋଷ୍ଟମଟମ କରି ଶବ କୁ ସୁଦର୍ଶନର ପରିବାରକୁ ହସ୍ତାନ୍ତର କରିଥିଲେ l ବିଦ୍ୟୁତ ବିଭାଗର ଭୁଲ ଯୋଗୁଁ  ସୁଦର୍ଶନ ର ମୃତ୍ୟୁ ହୋଇ ଥିବା ନେଇ ସାଧାରଣ ରେ ଆଲୋଚନା ହୋଇଥିବା ବେଳେ ପରିବାର କୁ କ୍ଷତିପୂରଣ ଦେବାପାଇଁ ଗ୍ରାମବାସୀ ଦାବୀ କରିଛନ୍ତି l ସୁଦର୍ଶନ ଙ୍କ ମୃତ୍ୟୁ ରେ ଅଂଚଳ ରେ ଶୋକରସାୟା ଖେଳିଯାଇଛି l



ବେଲଗୁଣ୍ଠା ଗଞ୍ଜାମ ରୁ ଜଗନ୍ନାଥ ନାୟକ ଙ୍କ ରିପୋର୍ଟ ମଣିଭଦ୍ରା ଖବର 



Post a Comment

أحدث أقدم
Header ADS