୨ଟି ପଞ୍ଚାୟତର ଓ୍ବାର୍ଡ ସଭ୍ୟ ସଭ୍ୟା ମାନଙ୍କର ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଗଣିଆ (ମଣିଭଦ୍ରା ଖବର) ଗ୍ରାମ୍ୟ ଜଳଯୋଗାଣ ଏବଂ ପଞ୍ଚାୟତରାଜ ବିଭାଗ ସହଯୋଗରେ ସ୍ଥାନୀୟ ଗଣିଆ ଉନ୍ନୟନ କମିଟି ପରିସରରେ ଓ୍ବାର୍ଡ ସଭ୍ୟ ସଭ୍ୟା ମାନଙ୍କର ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଣିଆ ଉନ୍ନୟନ କମିଟିର ସଭାପତି ଉଷା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ସିରିୟାଲ ଶୁଭ୍ର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବ୍ଳକର କିଶୋରପ୍ରସାଦ ଏବଂ ବେଲପଡାପାଟଣା ପଞ୍ଚାୟତର ୩୮ ଜଣ ଓ୍ବାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୩ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ସଭାପତି ଉଷା ପଟ୍ଟନାୟକ ଜଣାଇଛନ୍ତି । ପ୍ରଶିକ୍ଷକ ଭାବରେ ପ୍ରଶାନ୍ତ କୁମାର ଦାଶ ଏବଂ ସତ୍ୟଭାମା ସାହୁ ଯୋଗ ଦେଇ ପଞ୍ଚାୟତିରାଜ ସମ୍ପର୍କରେ ଓ୍ବାର୍ଡ ସଭ୍ୟ ସଭ୍ୟା ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ପଞ୍ଚାୟତରେ ଓ୍ବାର୍ଡ ସଭ୍ୟ ସଭ୍ୟା ମାନଙ୍କର ଦାୟିତ୍ଵ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏଠାରେ ପ୍ରଥମ ପର୍ଯ୍ୟାୟରେ ୩ଟି ପଞ୍ଚାୟତର ସଭ୍ୟ ସଭ୍ୟା ମାନଙ୍କୁ ନେଇ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق