BREAKING
Loading...
:

ଗଞ୍ଜେଇ ବେପାରୀ ସହ ଯୁବକ ଗିରଫ

 ଗଞ୍ଜେଇ ବେପାରୀ ସହ ଯୁବକ ଗିରଫ




ବଲାଙ୍ଗୀର (ମଣିଭଦ୍ରା ଖବର): ବଲାଙ୍ଗୀର ଜିଲ୍ଲାର ତୁଷୁରା ପୋଲିସ ପକ୍ଷରୁ  ଦୁଇଟି ସ୍ଥାନରେ ଚଢାଉ କରି ପ୍ରାୟ ୮କେଜି ୩ଶହ ଗ୍ରାମ ଗଞ୍ଜେଇ ଜବତ ସହ ଏକ ବକ୍ସର ବାଇକ ନମ୍ବର OD- 03- T- 3773 ଓ ଜଣକୁ ଗିରଫ କରାଯାଇଥିବା ତୁଷୁରା ଥାନାଧିକାରୀ ସଞ୍ଜୀବ ପ୍ରଧାନ ପ୍ରକାଶ କରିଛନ୍ତି। ପ୍ରାପ୍ତ ସୂଚନା ମୁତାବକ ଗୁଡ଼ଭେଲାବ୍ଳକ ଅନ୍ତର୍ଗତ ବିରାମୁଣ୍ଡା ଗ୍ରାମ ପାଖରେ ଛକ ଠାରେ ଗଞ୍ଜେଇ ଜବତ ସହ ବାଇକ ଓ ଜଣେ ଯୁବକ ଗିରଫ । ବିହାର ରାଜ୍ୟ ଭିତଆ ଥାନା ଅନ୍ତର୍ଗତ ରୂପାହିତାଣ୍ଡା ଗ୍ରାମର ୨୭ବର୍ଷୀୟ ଭାନୁ ଚୌଧୁରୀ ବସକୁ ଅପେକ୍ଷା କରୁଥିବା ବେଳେ ପୋଲିସ ଉକ୍ତ ଯୁବକକୁ ସନ୍ଦେହ କରି ବ୍ୟାଗ ଯାଞ୍ଚ କରିଥିବା ବେଳେ ୩କେଜି ଏକ ଶହ ଗ୍ରାମ ଗେଞ୍ଜଇ ଜବତ କରିଥିଲା। ସେହିପରି ଧାନଘରା-କପସିଲା ରାସ୍ତାରେ ଦୁଇ ଜଣ ଯୁବକ ଏକ ବକ୍ସର ବାଇକରେ ଆସୁଥିବା ବେଳେ ପୋଲିସକୁ ଦେଖି ବାଇକ ଛାଡି ଫେରାଇ ମାରିଥିଲେ।  ଉକ୍ତ ବାଇକରୁ ୫କେଜି ୨ଶହ ଗ୍ରାମ ଗଞ୍ଜେଇ ମିଳିଥିଲା। ତୁଷୁରା ତହସିଲଦାର ରବିନ୍ଦ୍ର କୁମାର ପଟେଲଙ୍କ ଉପସ୍ଥିତରେ ଗଞ୍ଜେଇ ଓଜନ କରାଯାଇଥିଲା।


ବଲାଙ୍ଗୀର ସନ୍ତୋଷ କୁମାର ନାୟକ 


Post a Comment

أحدث أقدم
Header ADS