BREAKING
Loading...
:

ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ





ଗଣିଆ (ମଣିଭଦ୍ରା ଖବର) ଗଣିଆ ଡାକବଙ୍ଗଳା ପରିସରରେ ବିଜୁ ଜନତା ଦଳ ତରଫରୁ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷା ଝୁନା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲା ପରିଷଦ ନରେଶ କୁମାର ବେହେରା, ଗଣିଆ ସମିତି ସଭ୍ୟ ଫକୀର ମୋହନ ଡାକୁଆ,ବେଲପଡାପାଟଣା ସରପଞ୍ଚ ସୁକାନ୍ତ କୁମାର ଗଣ୍ଠିଆ,ରାସଙ୍ଗ ପଞ୍ଚାୟତ ସରପଞ୍ଚ ମାନସ ମହାଖୁଡ,ବିଜୁ ଯୁବ ଜନତା ଦଳର ସଭାପତି ଅଶୋକ କୁମାର ବେହେରା, ଛାତ୍ର ଜନତା ଦଳ ସଭାପତି ମନୋଜ କୁମାର ସାହୁଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା ଉପସ୍ଥିତ ଥିଲେ । ୧୧ ତାରିଖ ଦିନ ୩ ଘଟିକା ସମୟରେ ପାଣ୍ଡରାସିଙ୍ଗା ଠାରୁ ପଦଯାତ୍ରା ଆରମ୍ଭ ହୋଇ ବଡମୂଳ ଠାରେ ଶେଷ ହେବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା । ଏହି ପଦଯାତ୍ରାରେ ବିଧାୟକ ରମେଶ ଚନ୍ଦ୍ର ବେହେରା, କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଯୋଗ ଦେବେ । ତେଣୁ ସମସ୍ତ ବିଜେଡି କର୍ମୀ ବହୁସଂଖ୍ୟାରେ ଯୋଗଦାନ କରିବାକୁ ବ୍ଳକ ଅଧ୍ୟକ୍ଷା ସମସ୍ତଙ୍କୁ ଅନୁରୋଧ କରିଥିଲେ । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS