ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର :
ବିଭିନ୍ନ ୧୫ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ :
0୧ଗୋଟି ଅଭିଯୋଗ ର ତୁରନ୍ତ ସମାଧାନ :
ସୁବର୍ଣ୍ଣପୁର( ମଣିଭଦ୍ରା ଖବର)
ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ତରଭା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଳାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୧୫ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ 0୬ ଗୋଟି ଓ ସାମୁହିକ ଦରଖାସ୍ତ 0୯ ଗୋଟି ଗ୍ରହଣ କରାଯାଇଛି l ଗ୍ରହଣ କରାଯାଇଥିବା ଦରଖାସ୍ତ ମଧ୍ୟରୁ ଶିବିରରେ 0୧ ଗୋଟି ଅଭିଯୋଗ ଦରଖାସ୍ତ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୧୪ ଟି ଆପତ୍ତି ଅଭିଯୋଗ ଦରଖାସ୍ତ କୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି lପ୍ରାପ୍ତ ଦରଖାସ୍ତ ମଧ୍ୟରେ 0୨ ଗୋଟି ଦରଖାସ୍ତ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଗ୍ରହଣ କରାଯାଇଛି l ବିଡିଓ, ତରଭା ଶ୍ରୀ ବିନୟ କୁମାର ପଟେଲ ଙ୍କ ତତ୍ୱାବଧାନ ରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଳା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ - ଶ୍ରୀ ପ୍ରଫୁଲ୍ଲ କୁଜୁର ,ଉପ ଜିଲ୍ଲାପାଳ, ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର,ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ,ଅତିରିକ୍ତ ତହସିଲଦାର, ବ୍ଲକ ସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ l ପ୍ରାପ୍ତ ଦରଖାସ୍ତ ମଧ୍ୟରେ ୮ ଗୋଟି ସି ଏମ ଆର ଏଫ ନିମନ୍ତେ ଗ୍ରହଣ କରାଯାଇଛି l ଯୁଗ୍ମ ଅଭିଯୋଗ ଶିବିର ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ,ନୂତନ ଗଠିତ ଜରାଜାରିଙ୍ଗ ଗ୍ରାମ ପଞ୍ଚାୟତ ର ନୂତନ ପଞ୍ଚାୟତ କାର୍ଯ୍ୟାଳୟ କୋଠା ତଥା କାର୍ଯ୍ୟାଳୟ ନିମନ୍ତେ ସ୍ବେଛାକୃତ ଭାବେ ବଦନ୍ୟତାର ସହ ସରପଞ୍ଚ ଜରାଜାରିଙ୍ଗ ଶ୍ରୀ ସଦା ପାତ୍ର ଭୂମି ପ୍ରଦାନ କରିଥିବା ହେତୁ ବ୍ଲକ ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରିଥିଲେ l ପରେ ପରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ, ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା,ତଥା ବି ଡି ଓ ତରଭା, ଜିଲ୍ଳା ଶିକ୍ଷା ଅଧିକାରୀ ପ୍ରମୁଖ ପୁଆ ଗ୍ରାମ ପଞ୍ଚାୟତ ନିର୍ମାଣଧୀନ ଅମୃତ ସରୋବର ତଥା ଆଦର୍ଶ ପୋଖରୀ, ରାଣୀସର୍ଡ଼l ଗ୍ରାମ ପଞ୍ଚାୟତ ର ରାଣୀସର୍ଡ଼l 5T ରୂପାନ୍ତରଣ ଉଚ୍ଚ ବିଦ୍ୟାଳୟ ଓ ଦେଉଳପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେଉଳପଦର 5T ରୂପାନ୍ତରଣ ଉଚ୍ଚ ବିଦ୍ୟାଳୟ ର ନିର୍ମାଣଧୀନ କାର୍ଯ୍ୟ ଅଗ୍ରଗତି ର ପରିଦର୍ଶନ କରିଥିଲେ lରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର


Post a Comment