BREAKING
Loading...
:

୮୧ ତମ ଶହିଦ ସ୍ମାରକୀ ସମାରୋହ ରେ ଦଶପଲ୍ଲା ବିଧାୟକ ଯୋଗଦେବା ସହ ଶହିଦ ସ୍ତମ୍ବ ରେ କଲେ ପୁଷ୍ପମାଲ୍ୟ ଅର୍ପଣ

 ୮୧ ତମ ଶହିଦ ସ୍ମାରକୀ ସମାରୋହ ରେ ଦଶପଲ୍ଲା ବିଧାୟକ ଯୋଗଦେବା ସହ ଶହିଦ ସ୍ତମ୍ବ ରେ କଲେ ପୁଷ୍ପମାଲ୍ୟ ଅର୍ପଣ 




 ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ପାରାଢିପି ପଞ୍ଚାୟତ ର    ସ୍ୱାଧୀନତା ସଂଗ୍ରାମୀ ମାନଙ୍କ   ଆଦର୍ଶ ଗ୍ରାମ    ଗୌଡ଼ ଥୁଆବାରୀ, ଥୁଆବାରୀ ଏବଂ  ଜାକେଡା  ପଞ୍ଚାୟତ ର କୁଶିବିଡ଼ା ଗ୍ରାମରେ  ଶହିଦ୍ ଶ୍ରାଦ୍ଧ ଦିବସ ତଥା ପ୍ରଜାମଣ୍ଡଳ ସ୍ଵାଧୀନତା ସଂଗ୍ରାମୀ କଣ୍ଡୁରି ପରିଡ଼ା , ବୁଦ୍ଧି ପରିଡ଼ା ଓ ଦୟା ବେହେରା, କଷ୍ଟି ଡାକୁଆ ଙ୍କ ସ୍ମୃତି ଉଦ୍ଧେଶ୍ୟରେ ୮୧ତମ  ସହିଦ୍ ସ୍ମାରକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ  ଜିଲ୍ଲା ବିଜେଡ଼ି ସଭାପତି  ରମେଶ ଚନ୍ଦ୍ର ବେହେରା ଯୋଗଦେଇ  ଶହିଦ୍ ସ୍ତମ୍ବ ରେ  ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରି ଆୟୋଜିତ ସ୍ମୃତି ଚାରଣ ସଭାରେ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।  ଏହି କାର୍ଯ୍ୟକ୍ରମ ରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା , ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ବିଡ଼ିଓ ପ୍ରମୋଦ କୁମାର ନାୟକ, ବିଜେଡ଼ି ଜିଲ୍ଲା ଉପସଭାପତି   ଦିଲ୍ଲୀପ କୁମାର ଦଳବେହେରା , ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ , ବ୍ଳକ୍ ବିଜେଡ଼ି  ଉପ ସଭାପତି ମୁରଲୀଧର ଜେନା ,  ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ , ମହିପୁର ସମବାୟ ବ୍ୟାଙ୍କ ମ୍ୟାନେଜର ସରୋଜ ସାହାଣୀ, ବ୍ଲକ୍ ଯୁବ ବିଜେଡ଼ି ସଭାପତି  ଶୁଭ୍ରାଂଶୁ ଶେଖର ସେନାପତି, ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା, ଜିଲ୍ଲା ବିଜେଡ଼ି  ଉପସଭାପତି ଗୋଲେଖ ବିହାରୀ ଗୋଚ୍ଛାୟତ, ସମାଜସେବୀ ଶଙ୍କର୍ଷଣ ବେହେରା, ସମାଜସେବୀ ସୂର୍ଯୟନାରାୟଣ ସାହୁ, ପାରାଢ଼ିପି ପଞ୍ଚାୟତ  ସରପଞ୍ଚ ବିଭୂତିଭୂଷଣ ପ୍ରଧାନ, ଏବଂ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ ଓ ସମିତିସଭ୍ୟ  ମାନେ ଯୋଗଦେଇଥିଲେ । 


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

Previous Post Next Post
Header ADS