BREAKING
Loading...
:

ବୌଦ୍ଧ ଜିଲ୍ଲା ଡିପିସି ଅଧ୍ୟକ୍ଷ ମହୀଧର ରଣା ଙ୍କୁ କବ୍ଜା ପକ୍ଷରୁ ସମ୍ବର୍ଦ୍ଧନା

 ବୌଦ୍ଧ ଜିଲ୍ଲା ଡିପିସି ଅଧ୍ୟକ୍ଷ ମହୀଧର ରଣା ଙ୍କୁ କବ୍ଜା ପକ୍ଷରୁ ସମ୍ବର୍ଦ୍ଧନା l 



ସୁବର୍ଣ୍ଣପୁର( ମଣିଭଦ୍ରା ଖବର) ବୌଦ୍ଧ ଜିଲ୍ଲାର ବିକାଶ ଧାରାକୁ ତ୍ୱରାନ୍ୱିତ କରିବାର ଦକ୍ଷତା ଓ କାର୍ଯ୍ୟଧାରା ପ୍ରତି ଆସ୍ଥା ପ୍ରକଟ କରି ରାଜ୍ୟ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତୃତୀୟ ଥର ପାଇଁ କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ ମହୀଧର ରଣା ଙ୍କୁ ଜିଲ୍ଲା ଯୋଜନା ବୋର୍ଡ଼ ର ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଛନ୍ତି l ବିଧାୟକ ଶ୍ରୀଯୁକ୍ତ ରଣା ଲଗାତାର ତୃତୀୟ ଥର ପାଇଁ ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାବରେ ହ୍ୟାଟ୍ରିକ ଅର୍ଜନ କରିଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି l ବିଧାୟକ ଶ୍ରୀଯୁକ୍ତ ରଣା ଙ୍କ ଏହି ଦକ୍ଷତା ଓ ସଫଳତା ପାଇଁ ଆଜି କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ  (କବ୍ଜା ) ପକ୍ଷରୁ ଏକ ପ୍ରତିନିଧି ଦଳ ବିଧାୟକ ଙ୍କ ବରପଦର ସ୍ଥିତ ବାସଭବନ କୁ ଯାଇ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଶୁଭେଚ୍ଛା ଜଣାଇଛନ୍ତି l ଏହି ପ୍ରତିନିଧି ମଣ୍ଡଳୀ ରେ ସାମ୍ବାଦିକ ଦିବ୍ୟ ଶଙ୍କର ରାଉତ, ପୂର୍ଣ୍ଣ ଚରଣ ସାହୁ, ଜୟ କୁମାର ମହାରଣା, ବଂଶୀଧର ମାଝୀ, ପ୍ରଭାତ କୁମାର ସାହୁ, ଦେବାଶିଷ ମଲ୍ଲିକ ପ୍ରମୁଖ ଯାଇ ବିଧାୟକ ଶ୍ରୀଯୁକ୍ତ ରଣାଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି l 


ରିପୋର୍ଟ, ଉଗ୍ରସେନ କର୍ମୀ,ସୁବର୍ଣ୍ଣପୁର

Post a Comment

أحدث أقدم
Header ADS