BREAKING
Loading...
:

୫_ଟି ବିଦ୍ୟାଳୟରେ କବିଙ୍କ ନାମକୁ କଦର୍ଥ, ବିଦ୍ୟାଳୟ କତୃପକ୍ଷ ନିରବଦ୍ରଷ୍ଟା

 ୫_ଟି ବିଦ୍ୟାଳୟରେ କବିଙ୍କ ନାମକୁ କଦର୍ଥ, ବିଦ୍ୟାଳୟ କତୃପକ୍ଷ ନିରବଦ୍ରଷ୍ଟା




ଗଣିଆ ( ମଣିଭଦ୍ରା ଖବର) ଖବରଟି ଶୀର୍ଷକଟି ପଢ଼ିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ ଏଥିରେ ସନ୍ଦେହ ନାହିଁ । ଓଡ଼ିଆ ସାହିତ୍ୟରେ ଯେଉଁ କେତେଜଣ କବି ଗୈାରବ ମଣ୍ଡନ କରିଛନ୍ତି ସେମାନଙ୍କ ମଧ୍ୟରେ କବି ମଧୁସୂଦନ ରାଓ ଅନ୍ୟତମ । ଏପରିକି ତାଙ୍କୁ ଭକ୍ତକବିର ଆଖ୍ୟା ଦିଆଯାଇଛି । ଭକ୍ତକବି ମଧୁସୂଦନ ରାଓ ଭାବେ ସେ ଘରେ ଘରେ ପରିଚିତ । ଏପରିକି ବିଦ୍ୟାଳୟ ପାଠ୍ୟପୁସ୍ତକରେ ମଧ୍ୟ ପ୍ରତିଦିନ ପିଲାମାନଙ୍କୁ ଏ ସମ୍ପର୍କରେ ପାଠ ପଢା ହେଉଛି । କିନ୍ତୁ ଗଣିଆ ବ୍ଳକ ଆଡକଟାରେ ଥିବା ପଦ୍ମନାଭ ଉଚ୍ଚ ବିଦ୍ୟାଳୟରେ କବିଙ୍କ ନାମକୁ କଦର୍ଥ କରି ଲେଖା ଯାଇଛି । ଉକ୍ତ ବିଦ୍ୟାଳୟ ୫_ଟିରେ ସାମିଲ ହୋଇଥିବା ବେଳେ ବିଦ୍ୟାଳୟକୁ ସୁନ୍ଦର ଭାବେ ସାଜସଜ୍ଜା କରାଯାଇଛି । କାନ୍ଥରେ ବିଭିନ୍ନ ଚିତ୍ର ବିଚିତ୍ର କରାଯିବା ସହିତ ଦେଶପ୍ରେମୀ,କବି ମାନଙ୍କର ଚିତ୍ର ଅଙ୍କାଯାଇଛି । ତେବେ ସେଠାରେ ମଧୁସୂଦନ ରାଓଙ୍କ ବଦଳରେ ତାଙ୍କ ନାମକୁ କଦର୍ଥ କରାଯାଇ "ମଧୁସୂନ" ଲେଖାଯାଇଅଛି । ଦୀର୍ଘ ୩ ମାସରୁ ଅଧିକ ସମୟ ଧରି ଏଭଳି ଲେଖା ଯାଇଥିଲେ ମଧ୍ୟ ବିଦ୍ୟାଳୟ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଏମାନେ ଜାଣିଶୁଣି ଏଭଳି କରିଛନ୍ତି କି ପ୍ରକୃତରେ କବିଙ୍କ ନାମ କ'ଣ ସେମାନେ ଜାଣି ନାହାନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ନିଜେ ଜାଣିନାହାନ୍ତି ତେବେ ପିଲାମାନଙ୍କୁ କିପରି ପଢ଼ାଉଥିଲେ ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ଭାରତର ଜଣେ ଶ୍ରେଷ୍ଠ କବିଙ୍କୁ ଏଭଳି କଦର୍ଥ କରୁଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ତେବେ ତୁରନ୍ତ ଏହି ଭୁଲକୁ ସୂଧାରିବାକୁ ସାଧାରଣରେ ଦାବି ହେଉଛି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS