ବୁଷ୍ଟର ଡୋଜ ପାଇଁ ପ୍ରବଳ ଗହଳି
ଖଣ୍ଡପଡ଼ା (ମଣିଭଦ୍ରା ଖବର)-ଆଜାଦି କି ଅମୃତ ମହୋତ୍ସବ ଅବସରରେ 75 ଦିନ ପାଇଁ ଚାଲିଥିବା କରୋନା ପାଇଁ ବୁଷ୍ଟର ଡୋଜର ଶେଷ ତାରିଖ ସେପ୍ଟେମ୍ବର 30 ତାରିଖ ଥିବାରୁ ଖଣ୍ଡପଡାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିଲା l ବହୁ ସମୟ ଧରି ଲମ୍ବା ଧାଡିରେ ଠିଆ ହୋଇ ବୟସ୍କଙ୍କ ଠାରୁ ଆରମ୍ଭ କରି କଲେଜ ପିଲାମାନେ ନିଜର ପାଳିକୁ ଅପେକ୍ଷା କରିବା ସହ ଆଶଙ୍କା ପ୍ରକାଶ କରୁଥିଲେ ସମସ୍ତେ ଏହି ଡୋଜ ପାଇବେ କି ନାହିଁ l ତଥାପି ଧୌର୍ଯ୍ୟ ଓ ଶୃଙ୍ଖଳାର ସହ ଅପେକ୍ଷା କରିଥିଲେ l ଶେଷ ଦିନରେ ଷାଠିଏ ବର୍ଷରୁ ଉର୍ଦ୍ଧ 129 ଟି ଓ ଅଠରରୁ ଷାଠିଏ ବର୍ଷ ମଧ୍ୟରେ 718 ଗୋଟି ଡୋଜ ହିତାଧିକାରୀ ମାନଙ୍କୁ ଦିଆଯାଇଥିବା କଥା ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅଭିସାର ପଣ୍ଡା ସୂଚନା ଦେଇଥିଲେ l
ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ, ମଣିଭଦ୍ରା ଖବର l
إرسال تعليق