BREAKING
Loading...
:

ବିନିକା ରେ ପେକ୍ସ ସଭାପତି ମାନଙ୍କ ପ୍ରଥମ ବୈଠକ

 ବିନିକା ରେ ପେକ୍ସ ସଭାପତି ମାନଙ୍କ ପ୍ରଥମ ବୈଠକ 



 ସୁବର୍ଣ୍ଣପୁର( ମଣିଭଦ୍ରା ଖବର), ସୁବର୍ଣ୍ଣପୁର ଜିଲ୍ଲା    ବିନିକା ପ୍ରାଥମିକ କୃଷି ସେବା ସମବାୟ ସମିତି କାର୍ଯ୍ୟାଳୟ ରେ ସମସ୍ତ ବିନିକା ବ୍ଲକ ପେକ୍ସ ସଭାପତି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ବିନିକା ପେକ୍ସ ସଭାପତି ଆନନ୍ଦ କୁମାର ବାବୁ ଆହ୍ୱାନ କ୍ରମେ ବୈଠକ ରେ ଅଞ୍ଚଳର 10 ପେକ୍ସ ର ସମସ୍ତ ସଭାପତି ଯୋଗ ଦେଇଥିଲେ | ଏହି ବୈଠକ ରେ ଚାଷୀ ମାନଙ୍କର ଉନ୍ନତି କରଣ ବିଶେଷ କରି ଚାଷୀ ମାନେ କିପରି ସୁରୁଖୁର ରେ ପେକ୍ସ ଗୁଡିକ ରେ ଧାନ ବିକ୍ରି କରିବେ ସେ ଉପରେ ଆଲୋଚନା ହୋଇଥିଲେ | ସେହିପରି ଚାଷୀ ମାନେ ଚାଷକାର୍ଯ୍ୟ ପାଇଁ ଉଚିତ ସମୟରେ କିପରି ବିହନ ଓ ସାର ପାଇ ପାରିବେ ସେ ଉପରେ ଆଲୋଚନା ହୋଇଥିଲା | ଏହି ଅବସରରେ ସମସ୍ତ ସଭାପତି ମାନଙ୍କୁ ନେଇ ଏକ ସଂଘ ଗଠନ କରାଗଲା | ସର୍ବ ସମ୍ମତି କ୍ରମେ ବିନିକା ପେକ୍ସ ସଭାପତି ଆନନ୍ଦ ବାବୁ ଙ୍କୁ ସଭାପତି ଭାବେ ଚୟନ କରାଯାଇଛି |ବୈଠକ ରେ ଶଙ୍କରା ପେକ୍ସ ସଭାପତି ଧର୍ମରାଜ ପଣ୍ଡା,ବାଉଁଶୁଣୀ ସଭାପତି ଚଞ୍ଚଳ ସା, ସେଲେଡି ସଭାପତି ସୁରେଶ ପୂଜାରୀ, ସିଂଘିଯୁବା ସଭାପତି ମନୋଜ ସାହୁ, ସିଲାଟି ସଭାପତି ବାବୁଲୁ ବିଶି, ଚରଦା ସଭାପତି ଚତୁର୍ଭୁଜ ଥନାପତି, ସିନ୍ଦୁରପୁର ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା,ମହଦା ସଭାପତି ଟୟ ଭୁଏ ପ୍ରମୁଖ ଉପସ୍ଥିତ ଥିଲେ |


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS