ବରିଷ୍ଠ ନାଗରିକ ମାନଙ୍କ ପାଇଁ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
ସୁବର୍ଣ୍ଣପୁର (ଉଗ୍ରସେନ କର୍ମୀ) ବୌଦ୍ଧ ଜିଲ୍ଲା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବୌଦ୍ଧ ଦ୍ଵାରା ବନଦୁର୍ଗା ଜରାଶ୍ରମ, ଝାଡ୍ରାଜିଙ୍ଗ, ଚାରିଛକ ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହାକୁ ଜିଲ୍ଲାର ବରିଷ୍ଠ ଦେବାନି ବିଚାରପତି ଶ୍ରୀ ସିତିକଣ୍ଠ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ , ବୌଦ୍ଧ ର ସଚିବ ଶ୍ରୀ ଚରଣଜିତ ଓରାମ, ବନଦୂର୍ଗା ଜରାଶ୍ରମର ପରିଚାଳିକା ଶ୍ରୀମତୀ ପ୍ରତିମା ମହାପାତ୍ର ଯୋଗ ଦେଇ ଥିଲେ। ଏଥିରେ ବନଦୁର୍ଗା ଜରାଶ୍ରମରେ ରହୁଥିବା ବରିଷ୍ଠ ନାଗରିକମାନେ ଭାଗ ନେଇ ଏହାକୁ ସାଫଲ୍ୟମଣ୍ଡିତ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ବରିଷ୍ଠ ନାଗରିକ ମାନଙ୍କ ପାଇଁ ସରକାର ଙ୍କ ଦ୍ଵାରା ଗଠିତ ଥିବା ବିଭିନ୍ନ ଯୋଜନା ଉପରେ ଏବଂ ଆଇନରେ ସେମାନଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ଉପରେ ଆଲୋକପାତ କରାଇବ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment