ପୌର ପରିଷଦର ଖାମଖିଆଲ ମନୋଭାବ, ସାଧାରଣ ଦୁର୍ଦ୍ଦଶା ର ଶିକାର ନେଇ ବିଭାଗୀୟ ମୁଖ୍ୟ ଦୃଷ୍ଟି ଦେବେ କି ?
ବଲାଙ୍ଗୀର/ଟିଟିଲାଗଡ( ମଣିଭଦ୍ରା ଖବର): ଟିଟିଲାଗଡ ପୌରପରିଷଦ ତରଫରୁ ସାଧାରଣ ଲୋକଙ୍କୁ ବିଭିନ୍ନ ଯୋଜନା ପ୍ରଣୟନ ଅନୁଯାୟୀ ଲୋକେ ଉପକୃତ ହେବେ ସେ ନେଇ ବିଭାଗୀୟ ଅଧିକାରୀ ଙ୍କ ଦାୟିତ୍ୱ ହୀନତା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ସୂଚନାନୂଜାୟୀ ପ୍ରତି ମାସରେ ଅସହାୟ , ଭିନ୍ନକ୍ଷମ, ସାଧାରଣ ଗରିବ ଲୋକ ଙ୍କୁ ମାସିକ ଭତ୍ତା ଟଙ୍କା ସଠିକ୍ ସମୟରେ ପ୍ରଦାନ ଠୁ ନେଇ ହରିଶ୍ଚନ୍ଦ୍ର ଯୋଜନା ପରି ଗୁରୁତ୍ୱପୂର୍ଣ୍ଣ ଯୋଜନା ସଠିକ୍ ରୂପାୟନ ହୋଇ ପାରୁ ନାହିଁ। ପ୍ରକାଶ ଯେ, ଅସହାୟ ଗରିବ ଲୋକ ମାସ,ମାସ ଧରି ସ୍ଵାମୀ ମୃତ୍ୟୁ ପରେ ବିଧବା ସହାୟତା ରାଶି ଟଙ୍କା ତଥା ମାସିକ ବିଧବା ଭତ୍ତା ଟଙ୍କା ନିମନ୍ତେ ବାରମ୍ୱାର ଆବେଦନ, ନିବେଦନ କରି ସୁଦ୍ଧା ନିରାଶ ହେବା ସାର ହେଉଛି। ପ୍ରକାଶ ଯେ, କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ନା, ନା ଆଳରେ ଯଥା ଅର୍ଥ ଖର୍ଚ୍ଚ କରି ଅନଲାଇନ୍ କରିବା କୁ କହିବା ଓ ବିଭିନ୍ନ ଆଳରେ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେବା ପରି ଗୁରୁତର ଅଭିଯୋଗ ହୋଇଛି । ପ୍ରକାଶ ଯେ, ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ୧୪ ନମ୍ବର ୱାର୍ଡ ବାସିନ୍ଦା ସନ୍ତୋଷ ମିଶ୍ର ନାମକ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ଗତ ତା ୨୫-୦୨-୨୦୨୨ରିଖ ଦିନ ଘଟିଥିଲା। ସ୍ଵାମୀ ଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଯୋସ୍ନାମୟୀ ମିଶ୍ର ସ୍ଥାନୀୟ ପୌର ପରିଷଦ କାର୍ଯ୍ୟଳୟ କୁ ମାସ,ମାସ ଧରି ଧାଇଁ, ଧାଇଁ ବର୍ତ୍ତମାନ ସୁଦ୍ଧା ସେ ମୃତ୍ୟୁ ସହାୟତା ରାଶି ଅବା ବିଧବା ଭତ୍ତା ଟଙ୍କା ପାଇ ପାରି ନାହାଁନ୍ତି। ସମସ୍ତ ଆବଶ୍ୟକ କାଗଜ ପତ୍ର ଦାଖଲ କରିବା ଶହ ପୌର ପରିଷଦର ଅଧିକାରୀ ଙ୍କ କହିବା ଅନୁଯାୟୀ ଅନଲାଇନ୍ ମଧ୍ୟ ବାରମ୍ୱାର ଅର୍ଥ ଖର୍ଚ୍ଚ କରି କରିବା ସତ୍ତ୍ବେ କୌଣସି ସୁଫଳ ପାଇ ପାରି ନାହାଁନ୍ତି ।
ଜଣେ ବି ପି ଏଲ ହିତାଧିକାରୀ ଅସହାୟ ଗରିବ ମହିଳା ହୋଇ ସୁଦ୍ଧା ପୌର ପରିଷଦର ଅଧିକାରୀ ତଥା କର୍ମଚାରୀ ଙ୍କ ମନୋମୁଖୀ ଓ ଖାମ ଖିଆଲ ମାନୋବୃତି ଯୋଗୁଁ ଏହି ପରି ଅନେକ ଜନ ସାଧାରଣ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେବା ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ବିଭିନ୍ନ ମହଲ ରୁ ଦାବି ହେଉଛି।
ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର
Post a Comment