BREAKING
Loading...
:

ବେଆଇନ କଫ ସିରଫ କାରବାର ଉପରେ ରୋକ୍ ଲଗେଇବା ନେଇ ପ୍ରଶ୍ନବାଚୀ, ନିର୍ଦ୍ଦିଷ୍ଟ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାୁନୁଷ୍ଠାନ ଦାବି ।

 ବେଆଇନ କଫ ସିରଫ କାରବାର ଉପରେ ରୋକ୍ ଲଗେଇବା ନେଇ ପ୍ରଶ୍ନବାଚୀ, ନିର୍ଦ୍ଦିଷ୍ଟ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାୁନୁଷ୍ଠାନ ଦାବି ।






ବଲାଙ୍ଗୀର (ମଣିଭଦ୍ରା ଖବର)ବଲାଙ୍ଗୀର ଜିଲ୍ଲା ରେ ନିଶା ମାଫିଆ ଙ୍କ ବେଆଇନ୍ ନିଶା କାରବାର ଉପରେ ରୋକ୍ ଲଗେଇବା ରେ ପ୍ରଶାସନ ସକ୍ଷମ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାତ୍ରାଧିକ ଭାବେ ବୃଦ୍ଧି ପାଉ ଥିବା ବିଭିନ୍ନ ପ୍ରକାର ନିଶା  କାରବାର ଚଳାଇଥିବା ମାଫିଆ ମାନଙ୍କୁ  ଗିରଫ କରିବା ସହ କୋର୍ଟ ଚାଲାଣ କରି ନିଶା ସାମଗ୍ରୀ ଯଥା, ମଦ, ଗଞ୍ଜେଇ,ନିଶା କଫସିରପ,ନିଶା ବଟିକା ଜବତ କରିବା ସତ୍ତ୍ଵେ ଉକ୍ତ ଅଭିଯୁକ୍ତ ଜେଲ୍ ଯାଇ ଜାମିନ ରେ ଆସି ପୁନଃ କାରବାର ଚଳାଇ ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ପୋଲିସ୍ ପ୍ରଶାସନ ପକ୍ଷରୁ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ମଦ ଭଳି କୁଟିର ଶିଳ୍ପ ଭାବେ ବିଶେଷ କରି କଫ ସିରଫ ଜବତ କରିବା ଦେଖାଯାଉଛି। ଏହି ନିଶା ସାମଗ୍ରୀ ବ୍ୟବହାରକାରୀ ଙ୍କ ସଂଖ୍ୟା ମନ୍ଧ୍ୟ ବଢ଼ି ଚାଲିଛି। ଜିଲ୍ଲା ର କେତେକ ପ୍ରମୁଖ ସହର କେନ୍ଦ୍ର ବିନ୍ଦୁ ପାଲଟିଛି।  ପ୍ରଶାସନ ପକ୍ଷରୁ ଏହି ମାମଲା ନେଇ ନେଉଥିବା ପଦକ୍ଷେପ ସତ୍ତ୍ବେ ନିଶା କାରବାର ମଧ୍ୟରେ ଏସ୍କଫ ନାମକ ଏକ ନିର୍ଦ୍ଦିଷ୍ଟ କଫ ଶିରଫ ପ୍ରଚୁର ମାତ୍ରା ରେ ବିକ୍ରୀ ଚାଲିଛି । ନିୟମିତ ଚାଲାଣ ହୋଇ ଜିଲ୍ଲା କୁ ଆସିବା ଓ ଜିଲ୍ଲା ରୁ ବିଭିନ୍ନ ଅଞ୍ଚଳ କୁ ଯିବା ଦେଖା ଯାଉଛି । ନିର୍ଦ୍ଦିଷ୍ଟ ଔଷଧ କମ୍ପାନୀ ତାର ନାମ ମୂଲ୍ୟ ଉଦ୍ଦିଷ୍ଟ ଥିବା ସତ୍ତ୍ବେ ଉକ୍ତ ନିର୍ଦ୍ଦିଷ୍ଟ କମ୍ପାନୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନାହିଁ। ଏପରିକି ରାଜ୍ୟ ର କଟକ ଓ ବରଗଡ଼ ଭଳି କେତୋଟି ନିର୍ଦ୍ଦିଷ୍ଟ ଜିଲ୍ଲା ଏହି କାରବାର ର କେନ୍ଦ୍ର ବିନ୍ଦୁ ପାଲଟିଛି ଯାହା ଅତୀତ ରେ ପ୍ରଶାସନ ତରଫରୁ ଚଢାଉ କରି ଲକ୍ଷ, ଲକ୍ଷ ଟଙ୍କା ର ଏହି ଏସ୍କଫ ନାମ୍ନୀ ନିଶା କଫ ଶୀରଫ ଜବତ କରାଯାଇ ଥିବା ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଥିଲା। ଅନେକ ବ୍ୟବହାର କାରୀ ଦୀର୍ଘ ଦିନ ଧରି ଏହାର ବ୍ୟବହାର କରି ମାନସିକ ରୋଗୀ ପାଲଟି ଯାଉ ଥିବା  ଭଳି ଗୁରୁତର ଅବସ୍ଥାରେ ଅକଥନୀୟ ଦୁର୍ଦ୍ଦଶା ଭୋଗ କରିବା ସାର ହେଉଛି। ବଲାଙ୍ଗିର ଭୀମ ଭୋଇ ମ୍ୟାଡ଼ିକାଲ କଲେଜ ଡାକ୍ତରଖାନା ସ୍ଥିତ ଜିଲ୍ଲା ନିଶା ନିବାରଣ ବିଭାଗ ପକ୍ଷରୁ ସୂଚନା କ୍ରମେ, ନିୟମିତ ବଲାଙ୍ଗୀର ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲା ରୁ  ପ୍ରାୟ ୧୦ ,ରୁ ୧୫ ଜଣ ନୂତନ ମାନସିକ ରୋଗୀ ଚିକିତ୍ସା ପାଇଁ ଆସୁଥିବା ଓ ବିଶେଷ କରି ଶିକ୍ଷିତ ବର୍ଗ ର ଯୁବକ ଏ ଦୁର୍ଦ୍ଦଶା ର ଶିକାର ହେଉଛନ୍ତି। ଏ ନେଇ ଉକ୍ତ ପ୍ରସ୍ତୁତି କରୁଥିବା କମ୍ପାନୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିତାନ୍ତ ଜରୁରୀ ବୋଲି ବୁଦ୍ଧିଜୀବୀ ମହଲ ରୁ ଦାବି ହେଉଛି । ଜିଲ୍ଲା ପ୍ରଶାସନ ତରଫରୁ ଅନୁରୂପ ଭାବେ ବଲାଙ୍ଗୀର ସହର ରୁ ଲୋଇସିଂହା ଦେଇ ବରଗଡ଼ କୁ ଚାଲାଣ କରାଯାଉଥିବା ଏକ ସ୍କର୍ପିଓ ଗାଡି ଲୋଇସିଂହା ବସଷ୍ଟାଣ୍ଡ ନିକଟ ରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଓ ଏକ ସ୍କୁଟି ଧକ୍କା କୁ ଧକ୍କା ଦେଇ ଥିଲା । ତିନି ଜଣ ଆହତ ହୋଇଥିବା ବେଳେ ଉକ୍ତ ଘଟଣା ସ୍ଥଳ ରୁ ଗାଡ଼ି ଚାଳକ ଓ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଥିବା  ସ୍ଥାନୀୟ ଲୋକେ ପୋଲିସ୍ କୁ ସୂଚନା ଦେଇଥିଲେ । ପୋଲିସ ଉକ୍ତ ଗାଡି କୁ ଥାନା କୁ ଆଣି ଥିବା ବେଳେ ସେଥିରେ ୯୦ କେଜି ଗଞ୍ଜେଇ ଥିବା ପୋଲିସ ପ୍ରକାଶ କରିଛି। ସେହିପରି ବଲାଙ୍ଗୀର ର ବରପାଲି ପଡ଼ା ରେ ପ୍ରଶାନ୍ତ ଜେନା ନାମକ ଜଣେ ବ୍ୟକ୍ତି ଙ୍କ ଦୋକାନ ରୁ ଓ ଘରୁ ୪୦୦ ବୋତଲ ଏହି ଏସ୍କଫ କଫ ସିରଫ୍ ଜବତ କରିଛି। ଉକ୍ତ ଅଭିଯୁକ୍ତ ଏକ ଭଡ଼ା ଘରେ ବିପୁଳ ପରିମାଣ ରେ ଏହି କଫ ଶିରଫ୍ ଆଣି ବିଭିନ୍ନ ଅଞ୍ଚଳ ଗୁଡ଼ିକୁ ଦୀର୍ଘ ଦିନ ଧରି ଚାଲାଣ କରୁଥିବା ଜଣାଯାଇଛି। ହେଲେ ସେ ବଲାଙ୍ଗୀର ପୋଲିସ୍ ର ଚଢାଉ କରିବା ନେଇ ପୁର୍ବରୁ ଖବର ପାଇ ୨୬ ପେଟି ଏହି ନିଶା ସୀରଫ୍ ଅନ୍ୟତ୍ର ଚାଲାଣ କରିଦେଇଥିଲେ। ନଗଦ ୯୨ ହଜାର ଟଙ୍କା ଶହ ଚାରି ସହ ବୋତଲ ଉକ୍ତ ଏସକଫ ନାମ୍ନୀ କଫ ସୀରଫ ଜବତ କରିଛି। 

ଏପରିକି ଏକ ନାଲି ରଙ୍ଗର କୋଲ୍ଡ ଡ୍ରିଙ୍କ ବୋତଲ ରେ ଉକ୍ତ ଏସ୍କଫ ଶୀରଫ୍ ଭର୍ତ୍ତି ଥିବା ଏକ ପେଟି  ବୋତଲ ଜବତ କରିଛି। ବଲାଙ୍ଗୀର ସହର ର ବିଭିନ୍ନ ଅଞ୍ଚଳ ରେ କୁଟୀର ଶିଳ୍ପ ଭାବେ ଏହି ସିରପ ବୀକ୍ରି ଚାଲିଛି । ବଲାଙ୍ଗୀର ଚୁଡାପାଲି ରେ ଏହି ପରି ଜଣେ ବ୍ୟକ୍ତି ଙ୍କ ଘରୁ ୧୪୦ ଟି ଉକ୍ତ ଶିରପ ଜବତ କରିଛି।ମଦ, ଗଞ୍ଜେଇ,ନିଶା ବଟିକା ସହ ଏହି ସିରଫ କାରବାର ବେଶ ଜୋର୍, ସୋର ରେ ବୃଦ୍ଧି ପାଉଛି। ବଲାଙ୍ଗୀର ସହର କୁ କଟକ ଓ ରାୟପୁର ରୁ ଲକ୍ଷ, ଲକ୍ଷ ଟଙ୍କା ର ଏହି ସିରଫ ଆସିବା ଓ ନାମୀ, ଦାମୀ ବ୍ୟବସାୟୀ ମାନେ ଏହି କାରବାର ଚଳାଇ ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ବିଶେଷ କରି କେତେକ ଔଷଧ କମ୍ପାନୀ ଗୁଡିକ ର ଡିଷ୍ଟ୍ରି ବିଉଟର ଏହି କାରବାର ରେ ସଂଶ୍ଳିଷ୍ଟ ଥିବା ଯୋଗୁଁ ବିଭିନ୍ନ ଯାନ, ବାହାନ ଓ ବସ ଗୁଡିକ ରେ ସୁବିଧା ରେ ବିପୁଳ ପରିମାଣ ରେ ଚାଲାଣ କରାଯାଇ ପାରୁଛି। 

ଏ ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଉକ୍ତ ନିର୍ଦ୍ଦିଷ୍ଟ ଔଷଧ କମ୍ପାନୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

Post a Comment

Previous Post Next Post
Header ADS