BREAKING
Loading...
:

ବାଇକ୍ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

 ବାଇକ୍ ଦୁର୍ଘଟଣାରେ ଜଣେ ମୃତ , ଜଣେ ଗୁରୁତର 





ଖଣ୍ଡପଡ଼ା ( ମଣିଭଦ୍ରା ଖବର) ଖଣ୍ଡପଡା _ ନୟାଗଡ ରାସ୍ତାର ଝିଲ୍ଲିପଡା ଗ୍ରାମ ନିକଟରେ ଆଜି ସଂଧ୍ୟା ୮ ଘଟିକା ସମୟରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ଅକାଳ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଖଣ୍ଡପଡ଼ା ଥାନା ଅଧୀନ ଖଳିସାହି ଗ୍ରାମ ହନୁମାନ ସାହିର ଗଣେଶ୍ୱର ମୁଦୁଲି ଏବଂ ପ୍ରକାଶ ମୁଦୁଲି ଏକ ବାଇକ୍ ଯୋଗେ ନୟାଗଡ଼ରୁ ଫେରୁଥିବା ବେଳେ ଝିଲ୍ଲୀପଡା ଗ୍ରାମ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ରାସ୍ତା ପାର୍ଶ୍ବରେ ବାଲିଗଦା ହୋଇଥିବା ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।


ଖଣ୍ଡପଡ଼ାରୁ ସଂଗ୍ରାମ କେଶରୀ ଦେଓଙ୍କ ରିପୋର୍ଟ 

Post a Comment

Previous Post Next Post
Header ADS