BREAKING
Loading...
:

ପ୍ରତିଭା ଚୟନ ପ୍ରତିଯୋଗିତା

 ପ୍ରତିଭା ଚୟନ ପ୍ରତିଯୋଗିତା

 

  



  ଖୋର୍ଦ୍ଧା (ମଣିଭଦ୍ରା ଖବର)ଚିଲିକା ବ୍ଲକ୍ ଅନ୍ତର୍ଗତ  ଇଛାପୁର ଗ୍ରାମରେ ବିଶ୍ଵନାଥ ସ୍ମୃତି ସଂସଦ ଆନୁକୂଲ୍ୟରେ ଉକ୍ତ ଗ୍ରାମର ପ୍ରଥମ

ଠାରୁ ଦଶମ ଶ୍ରେଣୀ ବିଦ୍ୟାର୍ଥୀମାନଙ୍କ ପ୍ରତିଭା ଚୟନ 

ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସଂସଦର ସଂପାଦକ ପ୍ରମୋଦ କୁମାର ସ୍ୱାଇଁଙ୍କ ତତ୍ତ୍ଵାବଧାନରେ

କନିଷ୍ଠ ଓ ବରିଷ୍ଠ ବିଭାଗର ଚିତ୍ରାଙ୍କନ, କଣ୍ଠସଙ୍ଗୀତ,କୁଇଜ୍ ସମେତ ବିତର୍କ ପ୍ରତିଯୋଗିତା

କରାଯାଇଥିଲା ।ବିଚାରକ ରୂପେ

ସାମ୍ବାଦିକ ପ୍ରଦୋଷ କୁମାର ଦାସ,

 ସାମ୍ବାଦିକ ସଂଗ୍ରାମ  ରଣା, ନାଚୁଣୀ

ତ୍ଵିଟ ବାର୍ଡ ଇଁଗ୍ରାଜୀ ବିଦ୍ୟାଳୟର ପ୍ରତିଷ୍ଠାତା ଏବଂ

ଅଧ୍ୟକ୍ଷ ସୁରେଶ କୁମାର ଦାଶ ଏବଂ

ସଂପାଦକ ପ୍ରମୋଦ କୁମାର ସ୍ବାଇଁ ଉପସ୍ଥିତ ରହି

୧ମ,୨ୟ ଓ ୩ୟ କୃତୀ ପ୍ରତିଯୋଗୀ

ଚୟନ କରିଥିଲେ ।ପ୍ରତିଯୋଗିତାରେ

୪୭ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ

କରିଥିଲେ ।ବିତର୍କରେ ରିଙ୍କି ସ୍ବାଇଁ ଓ

ପ୍ରତ୍ୟୁଷ ଦାସ ଯଥାକ୍ରମେ ୧ମ ଓ ୨ୟ ସ୍ଥାନ ଅଧିକାର କରିଥିବା ବେଳେ ଲିପସରାନୀ ସ୍ବାଇଁ ଓ ଋତୁପର୍ଣ୍ଣା ପ୍ରଧାନ ୩ୟ ସ୍ଥାନ ହାସଲ

କରିଥିଲେ ।କନିଷ୍ଠ ବିଭାଗ କଣ୍ଠସଙ୍ଗୀତରେ ସୋନାସ୍କୀ ସ୍ବାଇଁ ୧ମ,ବର୍ଷା ଖୁଣ୍ଟିଆ ୨ୟ ଓ ଦିବ୍ୟତାପସ ସ୍ବାଇଁ ୩ୟ, ବୋଧଜ୍ଞାନରେ ଉମାକାନ୍ତ ସ୍ବାଇଁ

୧ମ,ସୁମିତ୍ରା ମହାରଣା ୨ୟ ,ଶିବାନୀ

ସ୍ବାଇଁ ୩ୟ,ଚିତ୍ରାଙ୍କନରେ ସୁମନ୍ତ ସ୍ବାଇଁ

୧ମ, ଅରସ୍ୱରୂପ ମହାରଣା ୨ୟ,

ଶୁଭଙ୍କର ଖୁଣ୍ଟିଆ ୩ୟ ସ୍ଥାନ ଅଧିକାର କରିଥିଲେ ।ବରିଷ୍ଠ ବିଭାଗ

କଣ୍ଠ ସଙ୍ଗୀତରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ ୧ମ,ରିତୁପର୍ଣ୍ଣା 

ପ୍ରଧାନ ୨ୟ,ଦୀପ୍ତିମୟୀ ପ୍ରଧାନ ଓ

ରୂପାଲି ସ୍ବାଇଁ ୩ୟ ସ୍ଥାନ ହାସଲ କରିଥିଲେ ।କୁଇଜ୍ ପ୍ରତିଯୋଗିତାରେ

ଓମ୍ ପ୍ରକାଶ ମହାରଣା ୧ମ,ମୁନା

ପ୍ରଧାନ ୨ୟ ଓ ଦୀପ୍ତିମୟୀ ପ୍ରଧାନ

୩ୟ,ଚିତ୍ରାଙ୍କନରେ ଶ୍ରଦ୍ଧାଞ୍ଜଳି ମହାନ୍ତି

୧ମ,ସୋନାଲିକା ମହାନ୍ତି ୨ୟ ଓ

ରବି ବେହେରା ୩ୟ ସ୍ଥାନ ପ୍ରାପ୍ତ

ହୋଇଥିଲେ ।କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ୩୦

ତାରିଖ ରବିବାର ଦିନ ହେବାକୁ ଥିବା

ବିଶିଷ୍ଟ ସମାଜସେବୀ ସ୍ବର୍ଗତ ବିଶ୍ଵନାଥ ସ୍ୱାଇଁଙ୍କ  ୭ମ ଶ୍ରାଦ୍ଧବାର୍ଷିକୀ

ସ୍ମୃତିଚାରଣ ସଭାରେ ପ୍ରମାଣ ପତ୍ର ଓ

ପୁରସ୍କାର ପ୍ରଦାନ କରାଯିବ ବୋଲି

ସଂପାଦକ ଶ୍ରୀ ସ୍ବାଇଁ ପ୍ରକାଶ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ

ସ୍ୱାଧୀନ କେଶରୀ ସ୍ବାଇଁ ,ପ୍ରତୀକ

ଦାସ ଏବଂ ଆଲୋକ ଖୁଣ୍ଟିଆ

ସହଯୋଗ କରିଥିଲେ ।


ଖୋର୍ଦ୍ଧା ଚିଲିକାରୁ ସଂଗ୍ରାମ ରଣାଙ୍କ ରିପୋର୍ଟ 

Post a Comment

Previous Post Next Post
Header ADS