BREAKING
Loading...
:

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡି ବାଇକ୍ ଚାଳକ ଙ୍କ ମୃତ୍ୟୁ

 ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡି  ବାଇକ୍ ଚାଳକ ଙ୍କ ମୃତ୍ୟୁ




ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ଥାନା କୋରଡ଼ା ପଞ୍ଚାୟତ ଆଛୁପଡ଼ା ଗ୍ରାମ ଛକ ନିକଟସ୍ଥ ୫୭ ନଂ ଜାତୀୟ ରାଜପଥ  ରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡି  ବାଇକ୍ ଚାଳକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନା ଅନୁଯାୟୀ ଜଗସିଂହପୁର  ବାଲିକୁଦା ଥାନା ବାଲିସାହି ଗ୍ରାମ ର ଅଭିଜିତ ଦାସ (୪୦) ବର୍ଷ କୌଣସି ଏକ ନିଜସ୍ୱ କାମରେ ଦଶପଲ୍ଲା ଆସିଥିଲେ।ନିଜସ୍ୱ କାମ ସାରି ବୁଲେଟ ଗାଡ଼ି ( ଓଡ଼ି - ୦୨- ଏସ - ୩୦୦୭) ଗାଡ଼ିରେ ସକାଳ ୭ ଟା  ସମୟରେ କଟକ ଅଭିମୁଖେ ଯାଉଥିବା ବେଳେ ଆଛୁପଡା ଛକ ନିକଟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଗାଡ଼ି ସହ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ଦେଖି ନୂଆଗାଁ ପୁଲିସ କୁ ଖବର ଦେଇଥିଲେ।ନୂଆଗାଁ ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଲୋକକୁ ବ୍ରିଜ ତଳୁ ଉଦ୍ଧାର କରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ।ମୃତ ବ୍ୟକ୍ତିର ସୂଚନା ପାଇ ନୂଆଗାଁ ପୁଲିସ ତାଙ୍କ ପରିବାରକୁ ସୂଚନା ଦେଇଥିଲେ। ପରିବାର ଲୋକ ଘଟଣା ସ୍ଥଳ ରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଦଶପଲ୍ଲା ଚିକିତ୍ସାଳୟକୁ ପଠାଯାଇଥିଲା।ନୂଆଗାଁ ଥାନା ପକ୍ଷରୁ ୧୭୮/୨୨ ରେ ଏକ ମାମଲା ରୁଜୁ କରିବା ସହିତ ବୁଲେଟ ଗାଡ଼ି କୁ ଥାନା କୁ ଆଣିଥିବା ଥାନା ଅଧିକାରିଣୀ ପୁଷ୍ପଲତା ବେହେରା ସୂଚନା ଦେଇଛନ୍ତି। 


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS