BREAKING
Loading...
:

ଗାନ୍ଧୀ ଜୟନ୍ତୀ ଅବସର ରେ ସୁବର୍ଣ୍ଣପୁର ଏସପି ଙ୍କ ନେତୃତ୍ୱ ରେ ପଲିଥିନ ମୁକ୍ତ ଅଭିଯାନ

 ଗାନ୍ଧୀ ଜୟନ୍ତୀ ଅବସର ରେ ସୁବର୍ଣ୍ଣପୁର ଏସପି ଙ୍କ  ନେତୃତ୍ୱ ରେ  ପଲିଥିନ ମୁକ୍ତ ଅଭିଯାନ 




 ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ଆଜି ଗାନ୍ଧୀ ଜୟନ୍ତୀ ଅବସର ରେ ସୁବର୍ଣ୍ଣପୁର ଏସପି ଶ୍ରୀ ଅମରେଶ ପଣ୍ଡା ଙ୍କ ନେତୃତ୍ୱ ରେ  ସ୍ୱଚ୍ଛ ଭାରତ ସଂଗଠନ,  ସୋନପୁର କଲେଜ ଏନ ସି ସି ର ମିଳିତ ସହଯୋଗ ରେ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ ଙ୍କ ମନ୍ଦିର ଓ ଚତୁର୍ପାଶ୍ୱ ରେ ସଫେଇ ଓ ପଲିଥିନ ମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇ ଥିଲା l ସ୍ଵଛ ଭାରତ କୋଡିନେଟର ମନୋରଞ୍ଜନ ତ୍ରିପାଠୀ ଓ ଏନ ସି ସି ଲେଫ୍ଟଟେନେଣ୍ଟ ଆଶିଷ ଆଗ୍ରୱାଲl ଙ୍କ ସଂଯୋଜନା ରେ ଅନୁଷ୍ଠିତ  ଏହି କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ଏସପି   ଶ୍ରୀ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନିଜେ ସ୍ବେଛାସେବୀ ଙ୍କ ସହିତ ଅଳିଆ ଗଦା ରୁ ପଲିଥିନ ଗୋଟାଏ ସମସ୍ତ ଙ୍କୁ ଉତ୍ସାହିତ କରି ସାଧାରଣ ଜନତା ଙ୍କୁ  ସ୍ଵଛ ପରିବେଶ ସଚେତନତା ବାର୍ତ୍ତା ଦେଇ ଥିଲେ l ଏବଂ ମହାତ୍ମା ଗାନ୍ଧୀ ଙ୍କ ସ୍ୱଚ୍ଛ ଭାରତ ସ୍ବପ୍ନ କୁ ପୁରା କରିବାକୁ ଓ ସୁସ୍ଥ ପରିବେଶ, ସୁସ୍ଥ ସମାଜ ଗଢିବାକୁ ଆହ୍ୱାନ କରି ସହଯୋଗ ର ହାତ ବଢ଼ାଇବାକୁ ଅନୁରୋଧ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସ୍ଵଛ ଭାରତ ର ଉଦ୍ୟୋକ୍ତl ସୟଦ ଅଳିମୁଲ ଇସଲାମ, ଗରିବ ଲୋଇ, ଇନ୍ଦୁ ମତି ପୁରୋହିତ, ରାମ ଚନ୍ଦ୍ର ଆଗ୍ରୱାଲl, ପ୍ରମୋଦ ସାହୁ, ପ୍ରହଲ୍ଲାଦ ମିଶ୍ର, ମନୋଜ ପଣ୍ଡା, ପ୍ରତାପ ଦାଶ, ତରଣୀ ମେହେର, ନାରାୟଣ ରଥ, କ୍ରିଷ୍ଣା ମେହେର,  ଜୟନ୍ତ ବେହେରା, ତ୍ରିଲୋଚନ ତରିଆ, ଡା, ସରୋଜ ପଟେଲ, ସୁଶାନ୍ତ ସାହୁ, ସଂଗୀତା ନାଏକ, ଶାଶ୍ୱତ ପାଣିଗ୍ରାହୀ, ଏନ ସି ସି ଛାତ୍ର ସୁଶୀଲ, ତିରୋମଣି, ବିଘ୍ନେଶ୍ୱର, ଲୋକ ନାଥ, ଉଜ୍ବଳ,  ପ୍ରମୁଖ ଉଭୟ ସଂଗଠନ ର ଅନେକ ସଭ୍ୟ ଯୋଗ ଦେଇଥିଲେ l ପରେ ପରେ ଜ଼ିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS