BREAKING
Loading...
:

ଜିଲ୍ଲାପାଳଙ୍କ ଗସ୍ତପରେ ଚଳଚଞ୍ଚଳ ଖରଭୂଇଁ ଗ୍ରାମବାସୀ

 ଜିଲ୍ଲାପାଳଙ୍କ ଗସ୍ତପରେ ଚଳଚଞ୍ଚଳ ଖରଭୂଇଁ ଗ୍ରାମବାସୀ l 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)

ବର୍ଷକରୁ ଉର୍ଦ୍ଧସମୟ ହେବ ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଗ୍ରାମରେ ପଥରକ୍ବାରୀ ଓ କ୍ରସରକୁ ନେଇ ଚାଲିଛି ଛକାପଞ୍ଝା । ଏସବୁ ବିବାଦର ଅନ୍ତ ହେଲା ଆଉ କ୍ରସର ଚାଲିବନି ବୋଲି ଗତବର୍ଷ ସେପ୍ଟେମ୍ବର ୨୫ତାରିଖ କ୍ରସର କ୍ବାରୀ ମାଲିକ ଗ୍ରାମବାସୀ ପୁଲିସ ପ୍ରଶାସନ ନିର୍ବାଚିତ ଜନପ୍ରତିନିଧିଙ୍କ ଉପସ୍ଥିତିରେ ଘୋଷଣା କରିଥିଲେ । ଅତୀତ ଦିନରେ ଏ ଘଟଣାନେଇ ହରଭଙ୍ଗା ପଞ୍ଚାୟତସମିତି ବୈଠକ ମଧ୍ୟ ଅଚଳ ହୋଇଛି । ପଞ୍ଚାୟତ ସମିତିରେ ଏବଂ ଗ୍ରାମସଭାରେ ଆଉ ପଥରକ୍ବାରୀ କ୍ରସର ଖରଭୂଇଁ ଗ୍ରାମରେ ନଚଲାଇବା ପାଇଁ ସର୍ବସମ୍ମତ୍ତି ନିଷ୍ପତ୍ତି ମାନ ଗ୍ରହଣ କରାଯାଇଛି । ସବୁଠୁ ବଡକଥା ହେଲା ଅତୀତ ଦିନରେ ପିଡ୍ବୁଡି ବିଭାଗ ସମ୍ପ୍ରତି ଚାଲିଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟନିମିତ୍ତ କ୍ବାଲିଟି ଟେଷ୍ଟରେ ବିଫଳ ହୋଇଛି ଏ ଅଞ୍ଚଳର ପଥର । ମାତ୍ର ସବୁସତ୍ତ୍ବେ ଜିଲ୍ଲାପ୍ରଶାସନ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ଲୋକଙ୍କ ଜୀବନ ଜୀବିକା ସ୍ବାସ୍ଥ୍ୟ ପ୍ରଭୃତିକୁ ପଛକୁ ପକାଇ ପଥରକ୍ବାରୀ ଓ କ୍ରସର ଚଲାଇବା ପାଇଁ ଆଗଭର ହୋଇଛି । ଗତକାଲି ଜିଲ୍ଲାପାଳ ଏସପି ତହସିଲଦାର ବିଡିଓ ପ୍ରମୁଖ ଆସି ଘଟଣାସ୍ଥଳରେ ଗ୍ରାମବାସୀଙ୍କ ସହ ଆଲୋଚନା କରିବାପରେ ଲୋକେ ରୋକଠୋକ ଜବାବ ମଧ୍ୟ ଦେଇ କୌଣସି ପରିସ୍ଥିତିରେ କ୍ରସରକ୍ବାରୀ ନଚଲାଇବା ପାଇଁ ନିବେଦନ କରିଛନ୍ତି । ଆଜି ପୁର୍ବାହ୍ନରେ କୌଣସି ପରିସ୍ଥିତିରେ କ୍ରସର କ୍ବାରୀ ଚଲାଇନଦେବାକୁ ଜୁଲୁଙ୍ଗି ମାଟିଆଣିପିଠରେ ଗ୍ରାମବାସୀ ପୁଣିଥରେ ନନ୍ଦା ଅଣ୍ଡା ଫଟେଇ ନିୟମ କରିଛନ୍ତି ॥ ଯେ କୌଣସି ପରିସ୍ଥିତିରେ ବି କ୍ବାରୀ ନଚଲେଇବାକୁ ଶପଥ ନେଇଛନ୍ତି । ଅପରପକ୍ଷରେ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ କ୍ବାରୀଚଲାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିବାରୁ ଆଗାମୀ ଦିନରେ କୌଣସିଯେ ଅଘଟଣ ନ ଘଟିବ ସେକଥା ସନ୍ଦେହ ମୁକ୍ତ ନୁହେଁ ।

 ଆଜିର ଏହି ଶପଥ ଗ୍ରହଣ ବୈଠକରେ ଗ୍ରାମ୍ୟକମିଟି ସମ୍ପାଦକ ହୃଦାନନ୍ଦ ଦେହୁରୀ, ସଭାପତି ଅକ୍ଷୟ ନାୟକ, ଅଶୋକ ପ୍ରଧାନ, ରଞ୍ଜନ ବଗର୍ତ୍ତୀ,ସୁକୃତା ଭୋଇ,ତିଲୋତ୍ତମା କହଁର,ସୁକୃତା ଭୋଇ ,ସୁନୀତା ପ୍ରଧାନ, ପ୍ରଶାନ୍ତ ରଣା,  ଅନୀଲ ପ୍ରଧାନ, ପ୍ରବୀଣ ଷାଣ୍ଡ ପ୍ରମୁଖ ଉପସ୍ଥିତଥିଲେ l 



ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS