ବିଜୁ ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ।
ଦଶପଲ୍ଲା (ମଣିଭଦ୍ରା ଖବର) ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ୭୭ତମ ଜନ୍ମଦିବସ ଉପଲକ୍ଷେ ଆଜି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲା ନିର୍ବାଚନମଣ୍ଡଳୀ ରେ ଆଜି ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ଅଧ୍ୟକ୍ଷ ସୁନନ୍ଦା ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କୃଷ୍ଣପ୍ରିୟା ଦେବୀ ମହିଳା ମହାବିଦ୍ୟାଳୟ ଦଶପଲ୍ଲା ପରିସରରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିର ରେ ୨୦୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି ।
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଉଦ୍ଦେଶ୍ୟରେ ସମର୍ପିତ ଏହି ଶିବିରରେ ଦଳୀୟ ଶୁଭେଚ୍ଛୁଙ୍କ ଠାରୁ ଆରମ୍ଭ କରି ଯୁବ , ଛାତ୍ର ଓ ମହିଳା ବିଜେଡି କର୍ମକର୍ତ୍ତାମାନେ ଆଗ୍ରହର ସହ ଭାଗ ନେଇ ନିଜେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ଏହି ମହତ କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇଥିଲେ । ଗଣିଆ ବ୍ଲକ ଅଧକ୍ଷା ଝୁନା ଜେନା , ଦଶପଲ୍ଲା ବ୍ଲକ ବିଜୁ ଜନତା ଦଳର ସଭାପତି ସୁଦାମ ନାୟକ,ଦଶପଲ୍ଲା ବ୍ଲକ ର ବିଜୁ ଜନତା ଦଳର ଦୃଢ଼ ସଂଗଠକ ତଥା ପୂର୍ବତନ ବ୍ଲକ ଅଧକ୍ଷ ଉପେନ୍ଦ୍ର କୁମାର ସାହୁ ଏବଂ ଦଶପଲ୍ଲା ବିଜ୍ଞାପିତ ପରିଷଦ ଅଞ୍ଚଳ ର ସମସ୍ତ କାଉନସିଲର ଙ୍କ ସମେତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଜୋନ ର ଜିଲ୍ଲାପରିଷଦ ସଭ୍ୟ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସାମିଲ୍ ହୋଇ ନିଜେ ରକ୍ତଦାନ କରିବା ସହ ରକ୍ତଦାତା ଙ୍କୁ ଉତ୍ସାହିତ କରିଛନ୍ତି, ।
ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋଟ ମଣି ଭଦ୍ରା ଖବର,
Post a Comment