ଆନ୍ତଃଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଫୁଟବଲ, ଜୋତା ଏବଂ ଜର୍ସି ବଣ୍ଟନ କାର୍ଯ୍ୟକ୍ରମ
ବୌଦ୍ଧ ଜିଲ୍ଲା (ମଣିଭଦ୍ରା ଖବର ) ବୌଦ୍ଧ ଜିଲ୍ଲା ରେ ଅକ୍ଟୋବର 14ରୁ ଆରମ୍ଭ ହେବାକୁଥିବା ଆଃନ୍ତବିଦ୍ୟାଳୟ ଫୁଟବଲ ଟୁର୍ନାମେଣ୍ଟ, ବୌଦ୍ଧ ନିମନ୍ତେ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଫୁଟବଲ, ଜୋତା,ଓ ଜର୍ସି ବଣ୍ଟନ କାର୍ଯ୍ୟକ୍ରମ ଆଜି ମାନ୍ୟବର କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ଅଚ୍ୟୁତ ସାମନ୍ତ l ମାନ୍ୟବର ମନ୍ତ୍ରୀ ଜଙ୍ଗଲ, ପରିବେଶ,ଜଳବାୟୁ ପରିବର୍ତ୍ତନ,ପଞ୍ଚାୟତରାଜ ଶ୍ରୀଯୁକ୍ତ ପ୍ରଦୀପ ଅମାତ ଏବଂ ବୌଦ୍ଧ ଜିଲ୍ଲାପାଳ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଯାଇଛି l
ଏଥିରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ମାନଙ୍କୁ ଜୋତା, ଫୁଟବଲ୍ ଏବଂ ଜର୍ସି ବଣ୍ଟନ କରାଯାଇଛି । ଆଗାମୀ ୧୪ ତାରିଖରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବାରୁ ଖେଳାଳି ମାନେ ହାରଜିତକୁ ଦୃଷ୍ଟି ନଦେଇ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି କରିବା ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ
إرسال تعليق