ଭ୍ରମ ସଂଶୋଧନ ବଦଳରେ ରଙ୍ଗ ବୋଳି ଲିଭାଇଦେଲେ, ଲେଖିବା ପାଇଁ ଅର୍ଥ ଅଭାବ ନା ହେୟଜ୍ଞାନ ? କବିଙ୍କୁ ଅସମ୍ମାନ କରିବାକୁ ଅଧିକାର ଦେଲା କିଏ ?
ଗଣିଆ ( ମଣିଭଦ୍ରା ଖବର) ଭକ୍ତକବି ମଧୁସୂଦନ ରାଓ ନାମ ହିଁ ଯଥେଷ୍ଟ ତାଙ୍କୁ ଚିହ୍ନିବା ପାଇଁ । ଓଡ଼ିଆ ସାହିତ୍ୟର ଜଣେ ସ୍ରଷ୍ଟା ଭାବେ ସେ ବେଶ୍ ପରିଚିତ । ଓଡ଼ିଆ ଜାତି ପାଇଁ "ବର୍ଣ୍ଣବୋଧ " ବହି ଲେଖି ସେ ଚିର ଦିନ ଇତିହାସ ରଚନା କରିଛନ୍ତି । କିନ୍ତୁ ଏଭଳି ଜଣେ କବିଙ୍କୁ ଯେ ଅସମ୍ମାନ କରାଯାଇ ପାରେ ତାହା ପୁଣି ଶିକ୍ଷାନୁଷ୍ଠାନରେ ଏକଥା ଶୁଣିଲେ ଜଣେ ଓଡ଼ିଆ ଭାବରେ ମନରେ କ୍ଷୋଭ ଆସିବା ସ୍ବାଭାବିକ ଏଥିରେ ସନ୍ଦେହ ନାହିଁ । କିନ୍ତୁ ଏଭଳି ଭୂଲ୍ କରିଥିବା ବ୍ୟକ୍ତି ମାନେ ଭୂଲ୍ ସଂଶୋଧନ ନକରି ହେୟଜ୍ଞାନ କରିବା ସବୁଠାରୁ ନିନ୍ଦନୀୟ ଘଟଣା ବୋଲି ସାହିତ୍ୟପ୍ରେମୀଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗଣିଆ ବ୍ଳକ ଆଡକଟାରେ ଥିବା ପଦ୍ମନାଭ ଉଚ୍ଚ ବିଦ୍ୟାଳୟରେ କବିଙ୍କ ନାମକୁ କଦର୍ଥ କରି ଲେଖା ଯାଇଥିଲା। ସେଠାରେ ମଧୁସୂଦନ ରାଓଙ୍କ ବଦଳରେ ତାଙ୍କ ନାମକୁ କଦର୍ଥ କରାଯାଇ "ମଧୁସୂନ" ଲେଖାଯାଇଥିଲା ।
ଦୀର୍ଘ ୩ ମାସରୁ ଅଧିକ ସମୟ ଧରି ଏଭଳି ଲେଖା ଯାଇଥିଲେ ମଧ୍ୟ ବିଦ୍ୟାଳୟ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିଲେ । ଗତ ୮ ତାରିଖରେ କେବଳ ଆମ ମଣିଭଦ୍ରା ଖବର ପୋର୍ଟାଲରେ "୫_ଟି ବିଦ୍ୟାଳୟରେ କବିଙ୍କ ନାମକୁ କଦର୍ଥ" ଶୀର୍ଷକ ଖବର ପ୍ରକାଶ କରିଥିଲୁ । ଖବର ପ୍ରକାଶିତ ହେବା ପରେ ବିଭିନ୍ନ ମହଲରୁ ବିଭାଗୀୟ ଅଧିକାରୀଙ୍କ ଉପରେ ଅସନ୍ତୋଷର ସୁଅ ଛୁଟିଥିଲା । ତେବେ ବିଭାଗୀୟ ଅଧିକାରୀ ମାନେ ଉପରୋକ୍ତ ଭୂଲକୁ ସୁଧାରିବା ପରିବର୍ତ୍ତେ ସେଥିରେ ରଙ୍ଗବୋଳି ଦେଇ ଚୁପ୍ ବସି ପଡିଛନ୍ତି । ଆପଣମାନେ ଫଟୋ ଦୁଇଟିକୁ ଦେଖିଲେ ସ୍ପଷ୍ଟ ଭାବରେ ଜାଣିପାରିବେ । ୫_ଟି ବିଦ୍ୟାଳୟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ କବିଙ୍କ ନାମକୁ ଠିକରେ ଲେଖିବାକୁ ବିଭାଗୀୟ ଅଧିକାରୀଙ୍କ ପାଖରେ ଅର୍ଥର ଅଭାବ ପଡ଼ିଲା ନା ସେ ଏହାକୁ ହେୟଜ୍ଞାନ ମନେ କରୁଛନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କବିଙ୍କୁ ଏଭଳି ବାରମ୍ବାର ଅସମ୍ମାନ କରିବାକୁ ଅଧିକାର ଦେଲା କିଏ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି । ଗୋଟିଏ ଦାୟିତ୍ଵବାନ ଗଣମାଧ୍ୟମ ହିସାବରେ ଆମେ ଏହି ଖବର ବାରମ୍ବାର ପ୍ରକାଶ କରିବୁ ଯେ ପର୍ଯ୍ୟନ୍ତ କବିଙ୍କ ନାମକୁ ଠିକରେ ଲେଖାଯାଇନାହିଁ । ଏପରିକି ପ୍ରଶାସନକୁ ଆମେ ସୂଚାଇଦେଉଛୁ ଆଗାମୀ ରବିବାର ୧୬ ତାରିଖ ସୁଦ୍ଧା ଯଦି କବିଙ୍କ ନାମକୁ ଠିକରେ ଲେଖାଯିବ ନାହିଁ ତେବେ ସୋମବାର ବିଦ୍ୟାଳୟ ସମ୍ମୁଖରେ ସାହିତ୍ୟପ୍ରେମୀ ମାନଙ୍କ ପକ୍ଷରୁ ଧାରଣା ଦିଆଯିବ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق