BREAKING
Loading...
:

କୋମାରେ ସୁବର୍ଣ୍ଣପୁର ପୌରପରିଷଦ : ସବୁ ଯୋଜନା ରେ ସବୁ କାମ ରେ ବାରି ହେଉଛି ଦୁର୍ନୀତି ର ଗନ୍ଧ -- ଆଗକୁ ମହା ଦୁର୍ନୀତି ର ହେବ ଖୁଲାସା l

 କୋମାରେ ସୁବର୍ଣ୍ଣପୁର  ପୌରପରିଷଦ : ସବୁ ଯୋଜନା ରେ ସବୁ କାମ ରେ ବାରି ହେଉଛି ଦୁର୍ନୀତି ର ଗନ୍ଧ --  ଆଗକୁ ମହା ଦୁର୍ନୀତି ର ହେବ ଖୁଲାସା l 




ସୁବର୍ଣ୍ଣପୁର( ମଣିଭଦ୍ରା ଖବର)କୋମା ରେ ସୁବର୍ଣ୍ଣପୁର ପୌରପରିଷଦ l ସଫେଇ ହେଉ କିମ୍ବା ପଲିଥିନ ମୁକ୍ତ ଅଭିଯାନ, ମଶା ବଂଶ ହ୍ରାସ କରିବା ହେଉ କିମ୍ବା ଡ୍ରେନ ସଫେଇ, ଓ ଗୋ ଶ୍ରଦ୍ଧା ଯୋଜନା ସବୁ କାର୍ଯ୍ୟ ରେ ତାରି ଅସଫଳତା, ଅପାରଗତା ପଦା ରେ ପଡିଛି l ଓ ସହର ର କେତେକ ଜାଗାରେ ରାସ୍ତା ଅଧପନ୍ତରିଆ ହୋଇ ପଡିଛି l ସେପଟେ ବଡ଼ବଜାର ବଡ଼ ଦାଣ୍ଡ ରାସ୍ତା ଓ ବିଭିନ୍ନ ରାସ୍ତା ନିର୍ମାଣ ରେ ହେଉ କିମ୍ବା ଜାଗା ମିଶନ, ଆବାସ ଯୋଜନା ହେଉ କିମ୍ବା ମୁକ୍ତା ଯୋଜନା ଓ ଦୋକାନ ଗୃହ ବଣ୍ଟନ ସବୁଥିରେ ଦୁର୍ନୀତି ର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡୁଛି  l ବିଗତ ବର୍ଷ ରେ ବିଜୁ ପଟ୍ଟନାୟକ ଛକ ରୁ  ବଡ଼ ବଜାର ରାସ୍ତା ର ପୁନଃ ନିର୍ମାଣ  ଯାହାକି ଦୁର୍ନୀତି ର ଏକ ଛୋଟ ଝଲକ l ସହର ର ବିଭିନ୍ନ ସ୍ଥାନ ରେ  ଆବର୍ଜନା ଗଦା କୁ ନେଇ ଲୋକେ ନାକ ଟେକୁଥିବା ବେଳେ ସଦର ପୌରପରିଷଦ ବ୍ୟବସ୍ଥା କରିଥିବା  ଅମୃତଧାରା ଗୁଡିକ ରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରେ ମଧ୍ୟ  ପାଣି ପାଇଁ  ଯାତ୍ରୀ ପଥିକ ହାହାକାର ହେଉଥିଲେ l  ବେଳେବେଳେ ପଟାଭାଡି  ଓ ସହର ର ବିଭିନ୍ନ ଜାଗାର ଜବରଦଖଲ ଉଛେଦ କୁ ନେଇ ମଧ୍ୟ ବେଶ ଚର୍ଚ୍ଚିତ ହୋଇଥାନ୍ତି ଏଠାକାର ନିର୍ବାହୀ ଅଧିକାରୀ l କେବଳ କିଛି ନିରୀହ ପ୍ରଜାଙ୍କୁ ଉଛେଦ କରି  ବାହାବା ନେଉଥିବା ଏ ମହାଶୟ ଜଣକ କିନ୍ତୁ କିଛି ବଡ଼ବଡ଼ିଆ ଯେକି ଡ୍ରେନ ଗୁଡିକ ଜବର ଦଖଲ କରିଥିବାରୁ ରାସ୍ତା ଉପରେ ବନ୍ୟା ପାଣି  ମାଡି କୃତ୍ରିମ ବନ୍ୟା ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ନେଇଥାନ୍ତି ତାହା ଅଣଦେଖା କରି  ନ ଦେଖିଲା ପରି ଚୁପ ରହିଥାନ୍ତି  ଅଧିକାରୀ l  ଅନ୍ୟ ପଟେ ପୌରପରିଷଦ ପଲିଥିନ  ଚଢ଼ାଉ କରି ବେଶ ପ୍ରହସନ କରୁଥିବା ମଧ୍ୟ ଦେଖିବାକୁ ମିଳେ l କେବଳ କିଛି ପନି ପରିବା ବ୍ୟବସାୟୀ ଓ କିଛି ଉଠା ଦୋକାନୀ ଙ୍କ ଠାରୁ କିଛି ପଲିଥିନ ଜବତ ସହ ଫାଇନ କରି ନିଜ ପାରିବା ପଣିଆ ଦେଖାନ୍ତିସିନା ସେ ଜବତ ପଲିଥିନ ସବୁକାହାର ଜିମାରେ ଦିଅନ୍ତି ନା ତାକୁ ନିଜ ମାଲଖାନାରେ ରଖିଥାନ୍ତି ଅବା ପଲିଥିନ ସବୁକୁ ପୋଡ଼ି ଦେଇଥାନ୍ତି ତାର ମଧ୍ୟ ହିସାବ କାହା ପାଖରେ ନଥାଏ l ଆଜିବି ସହର ରେ ଶହ ଶହ ଦୋକାନ ରେ ଖୁଲମ ଖୁଲା ପଲିଥିନ ବ୍ୟବହାର ହେଉଛି l ଏହା ଜାଣି ବି ଅଜଣା ସାଜିଛି ପୌର ପ୍ରଶାସନ  l  ପୌରପରିଷଦ  ର ଦୁର୍ନୀତି ଓ ଅପାରଗତା ବିଷୟ ରେ ଅନେକ ଅଭିଯୋଗ ଆସିଲେ ସୁଦ୍ଧା କିମ୍ବା ବିଭିନ୍ନ ଗଣ ମାଧ୍ୟମ ରେ ବାରମ୍ବାର ଖବର ପ୍ରସାରଣ ହେଲା ପରେ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଏଇ ଅଧିକାରୀଙ୍କୁ ତାଗିଦ ନ କରିବା, କାର୍ଯ୍ୟାନୁଷ୍ଠାନ ନ ନେବା ଘଟଣା ସମସ୍ତ ଙ୍କୁ ଚକିତ କରିଛି l ପ୍ରକାଶ ଥାଉ କି ଯେ  ଏଇ ଅଧିକାରୀ ଙ୍କ ଜିଦଖୋର ମନୋଭାବ ଓ  ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ବିଭିନ୍ନ କାର୍ଯ୍ୟ ରେ ଅଣଦେଖା ନୀତି ଯୋଗୁଁ ପୌର ପ୍ରଶାସନ ର ଗତ ଅଗଷ୍ଟ ୩୧ ର ସ୍ୱlୟତ୍ତ ଶାସନ ଦିବସ ଓ ଅନେକ କାର୍ଯ୍ୟକ୍ରମ ର ଖବର ପ୍ରଚାର ପ୍ରସାର କୁ ସମସ୍ତ ମିଡ଼ିଆ ସାମୁହିକ ବର୍ଜନ କରିଛନ୍ତି l  ଏବଂ ସଭା ରେ 70 ଭାଗ ଚୌକି ଖାଲି ଥିବାରୁ  ମନ୍ତ୍ରୀ ଓ ଜ଼ିଲ୍ଲାପାଳ ଙ୍କୁ  ହିନସ୍ଥା ହେବାକୁ ପଡିଛି ସେଠି  l ଯାହାକି ଖର୍ଚ୍ଚ କାଟ ପାଇଁ ପ୍ରାୟୋଜିତ ଆୟୋଜନ ବୋଲି ଚର୍ଚ୍ଚା ହେଉଛି l ଏବଂ ଜ଼ିଲ୍ଲାପାଳ ଆଗରେ ଏଇ ବିଭାଗ ଉପରେ ଅନେକ ଥର ଆଲୋଚନା ସମାଲୋଚନା କରି ଗୁରୁତର ଅଭିଯୋଗ ସବୁ ବଖାଣି ଥିବା ମଧ୍ୟ ଜଣା ଯାଇଛି l ଏବଂ ଖୁବ କମ ସମୟ ଭିତରେ ସ୍ଥାନୀୟ ସ୍ମାର୍ଟ ଫରେଷ୍ଟ ପାର୍କ ର ମହା ଦୁର୍ନୀତି ସହିତ ଆହୁରି ଅନେକ କାର୍ଯ୍ୟ ର ଦୁର୍ନୀତି ର  ପର୍ଦାଫାଶ  ସାଧାରଣ ଜନତା ଙ୍କ ଆଗରେ ଉପସ୍ଥାପନା କରିବାକୁ ପ୍ରିଣ୍ଟ ମିଡ଼ିଆ ଗ୍ରୁପ  ପ୍ରସ୍ତୁତି  ଆରମ୍ଭ କରିଥିବା ଜଣା ପଡିଛି l ହେଲେ ପ୍ରଶାସନ ପକ୍ଷରୁ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ହେତୁ ସହରର ସଚେତନ ବର୍ଗ ଙ୍କୁ  ଏହା ଚକିତ ବିସ୍ମିତ କରିଛି। 



ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS