BREAKING
Loading...
:

ୟୋର୍ସ ହୋପ ଫାଉଣ୍ଡେସନ ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିରଆୟୋଜିତ

 ୟୋର୍ସ ହୋପ ଫାଉଣ୍ଡେସନ ତରଫରୁ ଏକ  ମାଗଣା ସ୍ୱାସ୍ଥ୍ୟ ସେବା ଶିବିରଆୟୋଜିତ




ଖୋର୍ଦ୍ଧା (ମଣିଭଦ୍ରା ଖବର)- ଆଜି  ୟୋର୍ସ ହୋପ ଫାଉଣ୍ଡେସନ ତରଫରୁ ନରନଗଡ ପଞ୍ଚାୟତ ର ହାଡପଦା ଗ୍ରାମ ରେ ଅବସ୍ଥିତ ଭୈରବୀ ଇଂରାଜୀ ମିଡ଼ିଆମ ସ୍କୁଲ ପରିସରରେ ଏକ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇ ଅଛି, ଏଥିରେ ୨୦୦ରୁ ଉର୍ଦ୍ଧ ବ୍ୟକ୍ତି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହିତ ସେମାନଙ୍କୁ ସ୍ବାସ୍ଥ୍ୟ ସମ୍ବଧିୟ ପରାମର୍ଶ ଓ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ଏହି ଶିବିରରେ ଅଭିଜ୍ଞ ଡାକ୍ତର ବିଶ୍ଵନାଥ ପଟ୍ଟନାୟକ,

ଡ଼ାକ୍ତର ଗାୟତ୍ରୀ ମହାନ୍ତି ରୋଗୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ମାଗଣାରେ ଔଷଦ ପ୍ରଦାନ କରାଯାଇଥିଲା।

ଏଥିରେ ଗ୍ରାମର ଗ୍ରାମବାସୀ ଓ ସମାଜସେବୀ ବୋଇକୁଣ୍ଠ ନାଥ ମାର୍ଥା, ହାଡପଦା w/m ଆଲୋକ ସୁନ୍ଦରାୟ ସନ୍ତୋଷ କୁମାର ମିଶ୍ର ଓ ୟୋର୍ସ ହୋପ ସଙ୍ଗଠନ ସଦସ୍ୟ ସଂଗ୍ରାମ ରଣା , ରାଜେଶ ପରିଡ଼ା, ବିଚିତ୍ର ସେନାପତି, ପ୍ରଜ୍ଞା ପାରମିତା, ଅନୁପମା ନାୟକ, ମାନସ ସେନାପତି, ବିକାଶ ପଟୁଆରସିଂ, ସୂର୍ଯ୍ୟକାନ୍ତ ସୁନ୍ଦରାୟ ବାଦଲ କୁମାର ସେନାପତି, ବିପିନ ପରିଡ଼ା, ଦେବାଶିଷ ପରିଡ଼ା, ସାହଯ୍ୟ ଓ ସହଯୋଗ କରିଥିଲେ।

ଏହି କାର୍ଯ୍ଯ କ୍ରମ ଟି ୟୋର୍ସ ହୋପ ଫାଉଣ୍ଡେସନ ଟ୍ରଷ୍ଟ ର ଅଧ୍ୟକ୍ଷା ରୀନାରାଣୀ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନରନଗଡ ପଞ୍ଚାୟତ ହାଡ଼ପଦା ଗ୍ରାମରେ ଭୈରବୀ ଇଂରାଜୀ ମିଡିୟମ ସ୍କୁଲ ରେ ଅନୁଷ୍ଠିତ ହୋଇଥିଲା।


ରିପୋର୍ଟ ଖୋର୍ଦ୍ଧାରୁ ସଂଗ୍ରାମ ରଣା 

Post a Comment

Previous Post Next Post
Header ADS