BREAKING
Loading...
:

ଚାଷୀଙ୍କ ସହ ଖେଳ ଖେଳୁଛି ବୌଦ୍ଧ ସେବା ସମବାୟ ବିଭାଗ l

 ଚାଷୀଙ୍କ ସହ ଖେଳ ଖେଳୁଛି

ବୌଦ୍ଧ ସେବା ସମବାୟ ବିଭାଗ l 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ଧାନବିକ୍ରି ପାଇଁ ଚାଷୀ ପଞ୍ଜିକରଣ ହେର ଫେର।ଚିନ୍ତାରେ ଚାଷୀ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ଠାରେ ଥିବା ସୋସାଇଟି ରୁ ଆସିଛି ଏଭଳି ଅଭିଯୋଗ ।ମୁଖ୍ୟତଃ ଚାଷ ଉପରେ ହିଁ ନିର୍ଭର କରିଥାନ୍ତି କଣ୍ଟାମାଳ ଅଞ୍ଚଳର ଲୋକେ ।ଭରଣପୋଷଣ କହିଲେ ଧାନ ଦୁଇମୁଠା ଛଡ଼ା ଆଉ କିଛିନାହିଁ।ସେହି ଧାନରୁ ହିଁ ଖାଇବାପିଇବା ଠୁ ନେଇ ପିଲାମାନଙ୍କ ପଢାଲେଖା ସବୁରି କାର୍ଯ୍ୟରେ ଏହି ଧାନ ଚାଷ ଉପରେ ହିଁ ନିର୍ଭର କରନ୍ତି ଚାଷୀ।ସରକାରଙ୍କ କାହିଁ କେତେ ଯୋଜନା ରହିଛି ହେଲେ ତଳିଆ କର୍ମଚାରୀ ମାନଙ୍କ ଆଗରେ ସବୁ ଫୁ।ରତାଖଣ୍ଡି ଗ୍ରାମର ଅନେକ ଚାଷୀ ଧାନବିକ୍ରି ପାଇଁ ଠିକ୍ ସମୟରେ ସମସ୍ତ ଆବଶ୍ୟକୀୟ କାଗଜ ପତ୍ର ମନ ମୁଣ୍ଡା ସେବା ସମବାୟ ସମିତି ରେ ଦାଖଲ କରିଥିଲେ କିନ୍ତୁ ଉକ୍ତ ସୋସାଇଟି ରେ କାର୍ଯ୍ୟରତ ବାବୁ ମାନଙ୍କ ଆକ୍ରୋଶ ର ଶିକାର ହୋଇ ତାହା ଧାର୍ଯ୍ୟ ସମୟ ମଧ୍ୟରେ ପଞ୍ଜିକରଣ ହୋଇପାରିଲା ନାହିଁ।ତେଣୁ ସମସ୍ତ ଚାଷୀ ବୌଦ୍ଧଯାଇ ସିଏସଓ , ଏ ଆରସି ଏସ ଓ ଜିଲ୍ଲାପାଳ ଙ୍କୁ ଲିଖିତ ଭାବେ ଜଣାଇବା ପରେ ଉକ୍ତ ଘଟଣାର ତଦନ୍ତ ପାଇଁ ଆସିଥିବା ଇନ୍ସପେକ୍ଟର ଶିବପ୍ରସାଦ ଖମାରୀ ନିଜର ତଦନ୍ତ ସାରି ଫେରିଥିବା ବେଳେ ଆମ୍ଭେ ତାଙ୍କର ପ୍ରତିକ୍ରିୟା ନେବାକୁ ଚାହିଁଲା ମାତ୍ରେ ସେ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ରତାଖଣ୍ଡି ଗ୍ରାମର ଚାଷୀ ସୁବଳ ହୋତା,ସତ୍ୟ ହୋତା,ସନ୍ତୋଷ ପ୍ରଧାନ,ସନର୍ତାନ ଲୋଈ,ତରଣି କର୍ମୀ, ଆଶିଷ ହୋତା, ସଂଯୁକ୍ତା ପ୍ରଧାନ, ଏକା କର୍ଣ୍ଣ,ପର୍ଶୁରାମ କର୍ଣ୍ଣ,ରମ୍ଭା ମଲ୍ଲିକ,ରମାକାନ୍ତ ଦନ୍ତା,ଲକ୍ଷଣ ପ୍ରଧାନ, ଡୁଗୁରୁ ପ୍ରଧାନ, ଅକ୍ଷୟ ପ୍ରଧାନ,ରମାକାନ୍ତ ସାହୁ,ରଞ୍ଜନ ମାଝୀ ଓ ଗରିଆ ପାଲି ଗ୍ରାମର ଲଖପତି କାଳସେ ଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଦେଇଥିବା କାଗଜପତ୍ର ହେରଫେର ଉକ୍ତ ସମବାୟସମିତିର ସେକେଟ୍ରି କରିଥିବା ନେଇ ଅଭିଯୋଗ କରିଛନ୍ତି। ଆମେ ତଦନ୍ତ ଭାର ନେଇଥିବା ଉକ୍ତ ଘଟଣାର ଅଫିସର ଶିବ ପ୍ରସାଦ ଖମାରୀ କୁ ଯୋଗାଯୋଗ କରିବାରୁ ଘଟଣାର ତଦନ୍ତ ଚାଲିଛି କହି ସଫେଇ ଦେଇଥିବା ବେଳେ ଚାଷୀଙ୍କ ସହ ଏଭଳି ଖେଳ ଖେଳିବା କେତେଦୂର ଠିକ୍ ତାହା ଶୀଘ୍ର ଏହାର ଉଚ୍ଚସ୍ତରୀୟ ତଦନ୍ତ ର ନିର୍ଦ୍ଧେଶ ଦେଇ ଏହାର ସତ୍ୟା ସତ୍ୟ ବାହାର କରି ଶୀଘ୍ର ଚାଷୀ ମାନଙ୍କୁ ଉଚିତ୍ ନ୍ୟାୟ ଦେବାକୁ ଜିଲ୍ଲାପାଳ ପଦକ୍ଷେପ ନେବାକୁ ଚାଷୀ ମାନେ ଅନୁରୋଧ କରିଛନ୍ତି  ।ଏଠାରେ ଦେଖିବାକୁ ବାକି ରହିଲା ଯେ ଉକ୍ତ ଚାଷୀମାନକୁ ଉଚିତ୍ ନ୍ୟାୟଦେଇ ଧାନବିକ୍ରି କରିବାକୁ ଅନୁମତି ମିଳିବ ନା ଧାନବିକ୍ରି କରିବାରୁ ବଞ୍ଚିତ ହେବେ ତାହା ଦେଖିବାକୁ ବାକିରହିଲା।ଗୋଟେ ପଟେ ଜୟ ଜୱାନ ଜୟ କିସାନ୍ ସମ୍ମାନ ଦିଆଯାଉଥିବା ବେଳେ ଗୋଟେ ଆଡ଼େ ଚାଷୀ ମାନଙ୍କ ସହ ଏଭଳି ବ୍ୟବହାର ବର୍ତ୍ତମାନ ଚର୍ଚ୍ଚାରେ ଉକ୍ତ ବିଭାଗର ସରକାରୀ ବାବୁ। 



ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS